Hot Posts

6/recent/ticker-posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ମାନବ ଅଧିକାର ଦିବସ ପାଳିତ

ରାୟଗଡ଼ା, ୧୧/୧୨ ( ଭି. ଗୌରି ଶଙ୍କର ରାଓ ) : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୧୦-୧୨-୨୦୨୫ ରିଖ ବୁଧୁବାର ଦିନ ଘ.୧୦.୩୦ମି ରେ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋମତାଲ ପେଟା, ରାୟଗଡା ପରିସରରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାରଆସୋସିଏସନର ଓକିଲ ଶ୍ରୀ ଚନ୍ଦନ ହରେନ୍ଦ୍ର ନାଥ, ଶ୍ରୀ ଦେବରାଜ ନାଏକ, ଜିଲ୍ଳା ଆଇନସେବା ପ୍ରାଧିକରଣର ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ବିଶ୍ୱନାଥ ଗନ୍ତାଏତ, ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋମତାଲ ପେଟା ର ଅଧ୍ୟକ୍ଷ ଶ୍ରୀ ପ୍ରଭାକର ଦାସ, ଆନନ୍ଦ ଚନ୍ଦ୍ର ପଣ୍ଡା ଓ ଅନ୍ୟ ଶିକ୍ଷକ ପ୍ରମୁଖ ମଞ୍ଛାସୀନ ଥିଲେ I ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ଅଭିଭାଷଣରେ ସମ୍ବିଧାନର ବିଭିନ୍ନ ଧାରା ରେ ବର୍ଣ୍ଣିତଥିବା ମାନବ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସଙ୍ଗେସଙ୍ଗେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ନିଜ ଭିତରେ ଲୁକ୍କାୟିତ ଥିବା ପ୍ରତିଭାର ଅନ୍ବେଶଣ କରି ତାର ପରିପ୍ରକାଶ କରିପାରିଲେ ଏକ ଆଦର୍ଶ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ I ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜର ଅଭିଭାଷଣରେ ମାନବ ଅଧିକାର ଦିବସ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋମତାଲପେଟା ର ଛାତ୍ର ଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I