Hot Posts

6/recent/ticker-posts

ଧନୀପାଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ୫୦ ବର୍ଷ ପୁର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ପାଳିତ

କୁସୁମୀ, ୩୦/୧୨ ( ମୁକେଶ ଦାଶ ) : ୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ତଳାପାତି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନହାତନାବେଡା ର ଧନୀପାଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ୫୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଘାଟିତ। ଏହି ମହୋତ୍ସବର ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥ୍‌ ରୂପେ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତନ ତଥା ଶ୍ରମ ଓ ଶ୍ରମିକ ବୀମା ବିଭାଗ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଇରଙ୍ଗପୁର ବନଖଣ୍ଡ ଅଧୂକାରୀ ସୁବ୍ରତ କୁମାର ପାତ୍ର, ବାଦାମ ପାହାଡ ଥାନାଧୂକାରୀ କାମାକେଶ ହେମ୍ବ୍ରମ, ଚମ୍ପୁଆ ଉପ ବନ ସଂରକ୍ଷକ ରାମଚନ୍ଦ୍ର ମୁର୍ମୁ, ସୁମିତ୍ ଦାସ ପୂର୍ବତନ ଧାଙ୍ଗୁଡିମୁଥା ସରପଞ୍ଚ, ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବନ୍ୟାଞ୍ଚଳ ଅଧୂକାରୀ ଅଜିତ୍ କୁମାର ମହାନ୍ତି,ବନପାଳ କୁମୁଦେନ୍ଦୁ ପ୍ରସାଦ ମହାନ୍ତି, ଆଲୋକ କୁମାର ସେଠୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ମନ୍ତ୍ରୀ ଏବଂ ଅତିଥ୍‌ ଗଣ ଦିବଂଗତ ପୁରୁଷୋତ୍ତମ ମହାନ୍ତି, ଗୁରୁଚରଣ ହେମ୍ବ୍ରମ,ପାତ୍ର ବାରି, ଯୁଗୋଳକିଶୋର ପାତ୍ର ଙ୍କ ଫୋଟ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମା ର ସଦ୍ଗତି କାମନା କରିଥିଲେ।ପରେ ପରେ ଖେଳାଳୀ ମାନଙ୍କ ସହ ଭାବ ବିନିମୟ କରିଥିଲେ। ଖେଳ ପଡିଆ ର ଉନ୍ନତି ନିମନ୍ତେ ଆବଶ୍ୟକ ଅନୁଦାନ ଦେବାରେ ଘୋଷଣା କରିଥିଲେ। ସମ୍ମାନୀୟ ଅତିଥ୍‌ ସୁବ୍ରତ କୁମାର ପାତ୍ର କ୍ରୀଡା ଓ ଖେଳାଳୀ ମାନେ ପରିଶ୍ରମ କରି ଉତ୍କୃଷ୍ଟତା ହାସଲ ନିମନ୍ତେ ପରାମର୍ଶ ଦେଇଥିଲେ। ଉତ୍କଳ ମଣୀ ଯୁବକ ସଂଘ,ସାନହାତନାବେଡାର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥୂଲେ। ଶେଷରେ ସଭାପତି ହରେକୃଷ୍ଣ ମହାନୁ ଧନ୍ୟବାଦ ଅର୍ପଣ କରିଥିଲେ।