Hot Posts

6/recent/ticker-posts

ସୁବିଧାରେ ମିଳିବ ଜନ୍ମ ପ୍ରମାଣ ପତ୍ର

ବରୀ, ୨୪/୧୨ ( ରଂଜିତ ମହାନ୍ତି ) : ଶିଶୁ ଟିଏ ଜନ୍ମ ହେଲେ ତାର ଜନ୍ମ ପ୍ରମାଣପତ୍ର ପାଇଁ ଅଭିଭାବକ ବାରମ୍ବାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡେ।ମାତ୍ର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଜନ୍ମ ପ୍ରମାଣପତ୍ର ପାଇଁ ଆଜି କିଭଳି ଭାବେ ସହଜରେ ଜନ୍ମଗତ ପ୍ରମାଣ ପତ୍ର ପାଇପାରିବେ ସେ କ୍ଷେତ୍ରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ସୂଚନା ମୁତାବକ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଜନ୍ମ ହେଉଥିବା ଶିଶୁ ମାନଙ୍କୁ ସେମାନେ ଚିକିତ୍ସା କେନ୍ଦ୍ର ରୁ ଡିସଚାର୍ଜ ସମୟରେ ଜନ୍ମ ପ୍ରମାଣପତ୍ର ପ୍ରଦାନ କରାଯିବାକୁ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ ରହିଥିବା ବେଳେ ଆଜି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ କଳାମାଟିଆ ପଂଚାୟତ ଉପର କାଇପଡା ଗ୍ରାମର ତୁଳସୀ ଜେନା ସ୍ୱାମୀ ହୃଷିକେଶ ଜେନାନ୍କ ନବଜାତ ଶିଶୁ କନ୍ୟା ଭାଗ୍ୟଶ୍ରୀ ଙ୍କୁ ଜନ୍ମ ଗତ ପ୍ରମାଣପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ବରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ସବ୍ୟସାଚୀ ଦାସ,ଜିଲ୍ଲା କ୍ଲସ୍ଟର ମୁଖ୍ୟ ଡ଼ ରାକେଶ ମହାନ୍ତି,ଜନ୍ମ ପ୍ରମାଣ ପତ୍ର ଅଧିକାରୀ ମନୋ ରଂଜନ ପୋଥାଳ, ଡ଼ ଶଶିକାନ୍ତ ସାହୁ,ଆରତୀ ତ୍ରିପାଠୀ ,ବିଜୟ କୁମାର ନନ୍ଦ ନ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।