Hot Posts

6/recent/ticker-posts

ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ।

ପଦ୍ମପୁର, ୧୨/୧୨ ( ଆଶିଷ କୁମାର ଭୋଇ ) : ଆଜି ବରଗଡ ଜିଲ୍ଲା ପଦମପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କନସିଂହା ର ପଡିଆ ଠାରେ କ୍ଲଷ୍ଟର୍ ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସତ୍ୟ ସେବା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ସଭାପତିତ୍ବ କରିଥିଲେ । ଉପସଭାପତି ଭାବରେ ବରିହାପାଲି ପଞ୍ଚାୟତ ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସହଦେବ ପ୍ରଧାନ ଓ ଲମ୍ବରଜୁନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦିଲ୍ଲିପ ପୁଞ୍ଜି ଆସନ ଗ୍ରହଣ କରିଥିଲେ । କନସିଂହା ପଞ୍ଚାୟତ ସରପଞ୍ଚ ଟଙ୍କଧର ସ୍ବାଇଁ ଓ ବରିହାପାଲି ପଞ୍ଚାୟତ ସରପଞ୍ଚ ନିରଦ ରଞ୍ଜନ ସାହୁ ମୁଖ୍ୟ ଅତିଥିଭାବେ ଆସନ ଅଳଙ୍କୃତ କରିଥିଲେ । ଏହା ସହିତ ଅବସରପ୍ରାପ୍ତ ଶିକ୍ଷକ ରବିନାରାୟଣ ନାୟକ, ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ପ୍ରଶାନ୍ତ କୁମାର ବାଗ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ । ସମସ୍ତ ପ୍ରଧାନଶିକ୍ଷକ ଓ ସମସ୍ତ ୱ।ର୍ଡ ମେମ୍ବର ଉପସ୍ଥିତ ରହିଥିଲେ । ଚାରପାଲି କ୍ଲଷ୍ଟର୍ ସିଆରସିସି ଓ କନସିଂହା କ୍ଲଷ୍ଟର୍ ଭାରା ପ୍ରାପ୍ତ ସିଆରସିସି ପରମେଶ୍ବର ବିଶି ଆବାହକ ଭାବରେ ଦାୟିତ୍ଵ ତୁଲାଇଥିଲେ । କନସିଂହା ବିଦ୍ୟାଳୟ ର ସହକାରୀ ଶିକ୍ଷକ ଦଶରଥ କଲେତ ଓ ଚାରପାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରତ୍ନାକର ଶତପଥି ମଞ୍ଚ ପରିଚାଳନା କରିଥିଲେ । ସଭାପତି "ଶିକ୍ଷା ସଭା" ର ଉଦ୍ଦେଶ୍ୟ ଜ୍ଞାପନ ସରସ ସୁନ୍ଦର ଭାବରେ ବୁଝାଇଥିଲେ । ମୁଖ୍ୟ ବକ୍ତା , ମୁଖ୍ୟ ଅତିଥି ସାରାଂଶ କୁ ବ୍ୟାଖ୍ୟା କରି ଅତି ପ୍ରାଞ୍ଜଳ ଭାବରେ ପରସିଥିଲେ । ଅଧାରୁ ପାଠ ଛାଡୁଥିବା କିମ୍ବା କେବେ ପାଠ ପଢି ଯାଉ ନ ଥିବା ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବାର ସରକାର ଙ୍କ ପ୍ରୟାସକୁ ସଫଳ ମଣ୍ଡିତ କରିବାର ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ ସମସ୍ତ ସଭ୍ୟ ସଭ୍ୟା । ଆଗାମୀ ଦିନରେ ଯେପରି ସମସ୍ତେ ସ୍ବାକ୍ଷର ହେବେ ସେଥିପାଇଁ ପ୍ରାଣପଣେ ଚେଷ୍ଟା କରିବାକୁ ସର୍ବସମ୍ମତି ଆସିଲା । ଶେଷରେ ଖେମେଡଖାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସଭାପତି ସମସ୍ତ ଙ୍କୁ ଆଉ ଥରେ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।।



ବରଗଡ଼ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ