ଠିକାଦାରଙ୍କ ବିରୋଧରେ ମେଳି ବାନ୍ଧିଲେ ଚାଷୀ
ବରୀ, ୧୯/୧୧ ( ରଂଜିତ ମହାନ୍ତି ) : ଓଡ଼ିଶା କୃଷକବିକାଶ ମଞ୍ଚର ସା ସାଧାରଣ ସମ୍ପ ସମ୍ପାଦକ ରବୀନ୍ଦ୍ର କୁମାର ଜେନା ବରୀ ବ୍ଲକ ସଭାପତି ପ୍ରଶାନ୍ତ କୁମାର ବେଉରା ଓ ଦୀପାଞ୍ଚଳ ଉନ୍ନଯନ ପରିଷଦର ସମ୍ପାଦକ ପ୍ରଶାନ୍ତ କୁମାର ପଢ଼ିଆରିଙ୍କ ନେତୃତ୍ବରେ ଏକ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଶେଷକରି କିମ୍ପିରିଆପାଳ ଧଳ ସାହି ନିକଟରୁ ଅରୁଆଳ ପର୍ଯ୍ୟନ୍ତ ଚାଲିଥିବା ପୂର୍ବ ବିଭାଗର ନଦୀବନ୍ଧ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ଅଧିଗ୍ରହଣ ହେବାକୁ ଥିବା ଚାଷୀମାନଙ୍କ କ୍ଷତିପୂରଣ ରାଶି ପ୍ରଦାନ ହୋଇନାହିଁ। ଏ ବାବଦରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଅଭିଯୋଗ ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକୁ ବନ୍ଦ ବେଳେ ସଂମ୍ପୃକ୍ତ ଠିକ ଠିକାଦାଗ କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ଏହି କାର୍ଯ୍ୟକୁ କରାଇ ନେବାକୁ ମସୁଧା କରୁଛି ବୋଲି ଚାଷୀମାନେ ଜାଣିବାକୁ ପାଇଛନ୍ତି। ଏ ନେଇ ଆଜି ଶତା ତାକ ଚାଷୀମାନେ ଏକତ୍ରିତ ହୋଇ ସମ୍ପୃକ୍ତ ସମ୍ପ୍ରସାରଣ କାର୍ଯ୍ୟକୁ ବିରୋଧ କରିଥିଲେ ଏବଂ ଯେଉଁ ଚାଷୀ ମାନଙ୍କର ଚାଷ ଚା ଜମି ନଦୀ ବନ୍ଧରେ ଯାଉଛି ସେମାନଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ ନ କରାଯିବା ପରେ ସଂମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ରମ୍ଭ କରିବାକୁ ଦାବି କରିଛନ୍ତି।