Hot Posts

6/recent/ticker-posts

ଉଦ୍ୟାନ ବିଭାଗ ପକ୍ଷରୁ ଆଳୁ ବିହନ ବଣ୍ଟନ

ଝରିଗାଁ ୨୫/୧୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ର ଭିକ୍ଷା ପଞ୍ଚାୟତ କାର୍ଯ୍ୟାଳୟରେ , ସୋମବାର ଝରିଗାଁ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଆଳୁ ବିହନ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ନରସିଂହ ଭତରା ଓ ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଉପସ୍ଥିତ ରହି ଚାଷୀମାନଙ୍କୁ ସ୍ୱାବଲମ୍ବୀ ପାଇଁ ସର୍ରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସଚେତନ କରିବା ସହିତ ସମସ୍ତେ ସରକାରୀ ସୁବିଧା ସୁଯୋଗ ର ଲାଭ ଉଠେଇବା ପାଇଁ ପରାମର୍ଶ ଦେଇଥିଲେ। ଉଦ୍ୟାନ ବିଭାଗର ସହଯୋଗୀ ଉଦ୍ୟାନ ଅଧିକାରୀ ଦିବ୍ୟ ଜୌତି ସ୍ୱାଇଁ ଓ ଜଗଦିଶ ତାରାସିଯା ଓ ଭିକ୍ଷା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାକ୍ଷୀରାମ ବଞ୍ଜାରା ପ୍ରମୁଖ ଉପସ୍ଥିତ ରହି ଉଦ୍ୟାନ ବିଭାଗ ପକ୍ଷରୁ ମିଳୁଥିବା ସମସ୍ତ ସୁବିଧା ଉପରେ ଅବଗତ କରାଇଥିଲେ। ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୋଟ ୧୨୦ ଚାଷୀଙ୍କୁ ଆଳୁ ବିହନ ବଣ୍ଣନ କରାଯାଇଥିବା ବେଳେ ଜଣେ ଚାଷୀ ଙ୍କୁ ୫ ହଜାର ଟଙ୍କା ଦରରେ ୨ କ୍ଵିଣ୍ଟାଲ ୫୦ କେଜି ଲେଖାଏଁ ଆଳୁ ବିହନ ବଣ୍ଟନ କରାଯାଇଥିବା ଜଣାପଡିଛି।