Hot Posts

6/recent/ticker-posts

କୁଇ ସମାଜ ପକ୍ଷରୁ ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ପାଳିତ

କନ୍ଧମାଳ, ୧୫/୧୧ ( ଅଚ୍ୟୁତ ଜାନି ) : ଆଜି ଆଦିବାସୀ ସଂଗ୍ରାମୀ ତଥା ଭଗବାନ ଧରତି ଆବା ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ସାରା ଦେଶରେ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ସଂଗଠନ ସମ୍ପାଦକ ଶ୍ରୀ ଅବନୀ କୁମାର କହଁରଙ୍କ ନେତୃତ୍ବରେ ପାଳନ କରାଯାଇଥିବା ବେଳେ ଏଥିରେ କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ କହଁର, କୁଇ ସମାଜ ଯୁବ ପରିଷଦ ସମ୍ପାଦକ ତଥା ସେବା ସମିତି ସହ ସମ୍ପାଦକ ଅଚ୍ୟୁତ ଜାନୀ, ଆଦିବାସୀ ମହାସଂଘ ଓଡ଼ିଶା କାର୍ଯ୍ୟକାରିଣୀ ସଦସ୍ୟ ତଥା କନ୍ଧମାଳ ଆଦିବାସୀ ମହାସଂଘ ସଭାପତି ମନୋଜ କୁମାର ପ୍ରଧାନ, କୁଇ ସମାଜ ବାରପଲ୍ଲୀ ଶାଖା ସଭାପତି କୃଷ୍ଣଚନ୍ଦ୍ର କହଁର, ଲାଇନ୍ ପଡା ଶାଖା ସହ ସମ୍ପାଦକ ଅଗସ୍ତି କୁମାର ମଲିକ ସମେତ ତ୍ରିବିକ୍ରମ ମଲିକ, ସୁନିଲ୍ କୁମାର୍ କହଁର, ବଳରାମ ଦେହୁରୀ ,ଶ୍ରବଣ କହଁର, ମଞ୍ଜୁଲତା କହଁର ଓ କୁଇ ସମାଜର ବିଭିନ୍ନ କର୍ମ କର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।