ଜାତୀୟ ପ୍ରେସ ଦିବସ ପାଳିତ।
ଜୟପୁର, ୧୬।୧୧ ( ଏ. ଭେଙ୍କଟ ରାଓ ) : ଜୟପୁର ପ୍ରେସ କ୍ଲବର ସଦସ୍ୟ ମାନେ ସ୍ଥାନୀୟ ଦଶହରା ପଡିଆ ଠାରେ ଥିବା ସଭାଗୃହରେ ଜାତୀୟ ପ୍ରେସ ଦିବସ ପାଳନ କରିଥିଲେ। ଏହି ଅବସରରେ ବରିଷ୍ଟ ସାମ୍ୱାଦିକ ରବି ନାୟକ ସାମ୍ୱାଦିକ ମାନଙ୍କ ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିବା ପାଇଁ ଆହ୍ଵାନ ଦେଇଥିଲେ। ସାମ୍ୱାଦିକ ତରୁଣ ମହାପାତ୍ର ସାମ୍ୱାଦିକ ସ୍ଵାସ୍ଥ୍ୟ ବିମା ରାଶି ୧୦ ଲକ୍ଷ୍ୟ କରିବା ସହ ପରିବାର ସଦସ୍ୟ ମାନଙ୍କ ସହ ମାତାପିତାଙ୍କୁ ସ୍ଵାସ୍ଥ୍ୟ ବିମାରେ ସାମିଲ କରିବା ପାଇଁ ଦାବୀ ଦହରାଇ ଥିଲେ ଏବଂ ସାମ୍ୱାଦିକ ମାନେ ନିରପେକ୍ଷ ରୋହି ସମାଜର ଉନ୍ନତି ନିମନ୍ତେ ସରକାର ଏବଂ ଜନତାଙ୍କୁ ସଚେତନ କରିବା କାର୍ଯ୍ୟ ନିଜ ଲେଖନି ମଧ୍ୟମରେ ଉପସ୍ଥାପନା କରିବା ପାଇଁ ଆହ୍ଵାନ ଦେଇଥିଲେ।