ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସମସ୍ୟା ପ୍ରତି ଧ୍ୟାନ ଦିଆଯାଉନାହିଁ
କୋରାପୁଟ, ୧୯/୧୧ ( ଗୁପ୍ତ ପ୍ରସାଦ ପତ୍ରିକା ) : କୋରାପୁଟ ଜିଲ୍ଲା ରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ଥିବା ସତ୍ବେ ପ୍ରସାସନ ର ଦୃଷ୍ଟି ପଡୁନଥିବା ଯୋଗୁଁ ସେମାନେ ବାରମ୍ବାର ସଂଘ ର ଦୃଷ୍ଟି ଆକର୍ଷଣ କରିଥିଲେ, ଓଡ଼ିଶା ସରକାର ଙ୍କ ନିର୍ଦେଶ ଥିବା ସତ୍ବେ କର୍ମାନ୍ତର ପ୍ରେରଣ ହୋଇ ଆସି ଯେଉଁ ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସେହି ବିଦ୍ୟାଳୟ ରେ ନିୟମିତ କରିବା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନଥିବା, ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ଆବେଦନ କରିଥିବା ଏପରିକି କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ଆବେଦନ କୁ ଗ୍ରହଣ କରାଯାଇନାହିଁ, ଜଣେ ମାତ୍ର ଶିକ୍ଷକ ରେ ବିଦ୍ୟାଳୟ 🏫 ଗୁଡ଼ିକ ଚାଲୁଅଛି ସମସ୍ତେ ନିରବ, ଏ ନେଇ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶକ ଓଡ଼ିଶା ଭୁବନେଶ୍ୱର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏ ନେଇ ପ୍ରାଥମିକ ଶିକ୍ଷା ନିର୍ଦେଶକ ଓଡ଼ିଶା ଭୁବନେଶ୍ୱର ଉଚିତ୍ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ ନବଦୂତ ନ୍ୟୁଜ