Hot Posts

6/recent/ticker-posts

ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଠପ୍

ଯାଜପୁର, ୨୨/୧୧ ( ରଂଜିତ ମହାନ୍ତି ) : କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ବିକାଶ ପାଇଁ ପଞ୍ଚାୟତ ଓ ବ୍ଲକସ୍ତରକୁ ବିଭିନ୍ନ ଅର୍ଥମଞ୍ଜୁର କରୁଛନ୍ତି। ଏହି ଅର୍ଥକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିନିଯୋଗ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ରାଜନୈତିକ ଓ ପ୍ରଶାସନିକ ଅବହେଳା ଏବଂ ସ୍ଥାନୀୟ ଲୋକ ପ୍ରତିନିଧ୍ଙ୍କ ଦୂର ଦୃଷ୍ଟି ଅଭାବରୁ ମଞ୍ଜୁର ହୋଇଥିବା ଅନୁଦାନ ବିନିଯୋଗ ହୋଇପାରୁନାହିଁ। ଏପରି ଘଟଣା ବରୀ ବ୍ଲକ୍‌ରେ ଦେଖୁବାକୁ ମିଳିଛି। ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ୨୦୨୧–୨୨ ଆର୍ଥକ ବର୍ଷରୁ ଏ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ କମିଶନ ଅର୍ଥଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାର ୧୨ କୋଟିରୁ ଉର୍ଦ୍ଧ ଟଙ୍କା ଗଚ୍ଛିତ ରହିଛି। ହେଲେ ଏହାର ବିନିଯୋଗ ହୋଇ ପାରୁ ନ ଥିବାରୁ ସଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯୋଜନା ପଞ୍ଚାୟତର ବିଭିନ୍ନ ଗ୍ରାମ୍ୟ ରାସ୍ତାରେ ଲାଇଟ ଲଗାଯାଇଥିବାବେଳେ ବର୍ତ୍ତମାନ ବହୁ ସ୍ଥାନରେ ଏହା ଅଚଳ ହୋଇପଡ଼ିଛି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ। ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ କେଉଁ ପଞ୍ଚାୟତରେ କେତେ ଲାଇଟ ଅଚଳ ରହିଛି ତାହାର ତାଲିକା ପ୍ରସ୍ତୁତ କରିବାକୁ ପଞ୍ଚାୟତଗୁଡ଼ିକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ହେଲେ ଅଦ୍ୟାବଧୂ ଅଚଳ ଆଲୋକଗୁଡ଼ିକୁ କରାଯାଇ ପାରିନାହିଁ। ସଚଳ 
ଗ୍ରାମ୍ୟ ରାସ୍ତା ଅଲୋକୀକରଣ ପାଇଁ ପଞ୍ଚାୟତରେ ଗଚ୍ଛିତ ଅର୍ଥ ବିନିଯୋଗ କରାଯିବାର ନିର୍ଦ୍ଦେଶନାମା ନ ଥିବାରୁ ଅଚଳ ଲାଇଟଗୁଡିକ ବଦଳା ଯାଇ ପାରୁନାହିଁ ବୋଲି ବହୁ ସରପଞ୍ଚ ନିଜ ନାମ ଗୋପନ ରଖ୍ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତସ୍ତରରେ ଗଚ୍ଛିତ ଅର୍ଥରେ ସ୍ବଚ୍ଛଭାରତ ଅଭିଯାନ, ପରିମଳ ବ୍ୟବସ୍ଥାକୁ ସୁଧାରିବା, ପୁନଃବ୍ୟବ‌ହାର ବର୍ଜ୍ୟବସ୍ତୁ ପଞ୍ଚାୟତର ସହ ଉନ୍ନତିକରଣ କାର୍ଯ୍ୟ ପଡ଼ିରହିଛି ୧୨ କୋଟିର ଅନୁଦାନ ରାଜନୈତିକ ଓ ପ୍ରଶାସନିକ ଅବହେଳା ଅଭିଯୋଗ କରାଯାଉନାହିଁ। ଫଳରେ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ। ଏନେଇ ୧୯୧୧/୨୦୨୫ରେ ବ୍ଲକ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ବୈଠକ କରାଯାଇ ପଞ୍ଚାୟତରେ ଗଚ୍ଛିତ ଥୁବା ଅର୍ଥକୁ ତୁରନ୍ତ ବିନିଯୋଗ କରି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଗୁରୁତ୍ବ ଦିଆଯାଇଥିବା ସୂଚନା ମିଳିଛି। ଏସମ୍ପର୍କରେ ବିଡିଓ ଅସିତ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ପଞ୍ଚାୟତ ପ୍ରତିନିଧ୍ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତରେ ଗଚ୍ଛିତ ଅର୍ଥ ବିନିଯୋଗ କରିବାକୁ କୁହାଯାଇଛି। କୌଣସି ଅସୁବିଧା ହେଲେ ବିଭାଗୀୟ ଅଧିକାରୀ ତା'ର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଏବେ ଦେଖିବାକୁ ଅପେକ୍ଷା କାର୍ଯ୍ୟ ହେଉଛି ନା ଅନୁଦାନ ପଡ଼ିରହୁଛି।