ତେରେସିଂହାରେ କୁରାଳ ପଞ୍ଚମୀ ପାଳିତ
କର୍ଲାମୁଣ୍ଡା, ୨୫/୧୧ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା କୁମ୍ଭକାର (କୁରାଳ) ସମାଜ ପକ୍ଷରୁ କୁରାଳ ପଞ୍ଚମୀ ମହୋତ୍ସବ ୨୦୨୫ ପାଳିତ ହେଉଛି I ଏଥିରେ ନିରାକାର ବିଷ୍ଣୁ, କୁମ୍ଭକାର ସମାଜର ଇଷ୍ଟ ଦେବତା ପିତା ରୁଦ୍ରପାଳ, ମାତା ରତ୍ନେଶ୍ୱରୀ, ସୁରେଶନ ଚକ୍ର ପୂଜାର୍ଚ୍ଚନା ସହ କୁରାଳ ପୁରାଣ ପଠନ ହୋଇଥିଲା I ପ୍ରଥମେ ତେରେସିଂହା କୁମ୍ଭକାର ସମାଜର ସଭାପତି ଚତୃଭୁଜ ରଣା ଜାତିର ପତାକା ଉତ୍ତୋଳନ କରିଥିଲେ I ଏହି ଅବସରରେ କୁରାଳ ସମାଜର ବ୍ଲକ ସଭାପତି ମୁରଲୀଧର ରଣା ଯୋଗଦେଇଥିଲେ I ପୂଜାରେ ସମ୍ବାରୁ ରଣା ଓ ତାଙ୍କ ଧର୍ମପତ୍ନୀ ରଞ୍ଜିତା ରଣା କର୍ତ୍ତା ଦାୟିତ୍ଵରେ ରହିଥିଲେ I ପୁରାଣ ପଣ୍ଡା ଲତାବନ ରଣା ଓ କୃଷ୍ଣଚନ୍ଦ୍ର ରଣା କୁରାଳ ପୁରାଣ ପଠନ କରିଥିଲେ I ଏଥିରେ ଭୁବନେ ରଣା, ତ୍ରିନାଥ ରଣା, ହରିହର ରଣା, ସୁବିନ୍ଦ୍ର ରଣା, ଗୌରାଙ୍ଗ ରଣା, ଖେଡୁ ରଣା, ପର୍ଶୁରାମ ରଣା, ଜନକ ରଣା, କଣ୍ଠ ରଣା, ଟଙ୍କଧର ରଣା, ବିଶ୍ଵାମିତ୍ର ରଣା, ପ୍ରମୋଦ ରଣାଙ୍କ ସମେତ ସମାଜର ସଦସ୍ୟ ମାନେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ