ବାଲ ବିଜ୍ଞାନ ପ୍ରଦର୍ଶନୀ-୨୦୨୫।
ଜୟପୁର, ୨୧।୧୧ ( ଏ. ଭେଙ୍କଟ ରାଓ ) :ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରକାଶ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୟପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଚନ୍ଦନ ନାୟକ ଏବଂ ସମ୍ମାନିତ ଅତିଥି ଭାବରେ ହରିହର ପଣ୍ଡା ,ଏବିଇଓ କେ ଗୋପାଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଛନ୍ତି। ଏହାପରେ ଅତିଥି ବୃନ୍ଦ ବାଲ୍ ବୈଜ୍ଞାନିକ ମାନଙ୍କର ପ୍ରଦର୍ଶନୀ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ପ୍ରଦର୍ଶନୀରେ ୨୦୦ ଜଣ କୁନି କୁନି ବୈଜ୍ଞାନିକ ନିଜର ପ୍ରକଳ୍ପ ଆଣି ଚମତ୍କାର ଭାବରେ ପ୍ରଦର୍ଶନ କରିଥିଲେ।ଏଥିରୁ ୭ଟି ବିଷୟରୁ ୭ଜଣ କୁନି କୁନି ବୈଜ୍ଞାନିକ ଜିଲ୍ଲାସ୍ତରକୁ ଚୟନ ହୋଇଥିଲେ । ଏହାକୁ ଚୟନ କରିଥିବା ବିଚାରକ ମଣ୍ଡଳୀ ହେଲେ ଜି ଭି କେ ରେଡୀ,ସନ୍ତୋଷ ଶତପଥୀ, ଜ୍ୟୋତ୍ସ୍ନା ମିଶ୍ର। ପ୍ରଦର୍ଶନୀ ପରେ ସ୍ଵାଦିଷ୍ଟ ଭୋଜନ। ଭୋଜନ ପରେ ଆରମ୍ଭ ହୋଇଥିଲା ଦ୍ଵିତୀୟ ଅଧିବେଶନ।
ଦ୍ଵିତୀୟ ଅଧିବେଶନର ଏହି କାର୍ଯ୍ୟକ୍ରମରେ ସଭାପତି ଥିଲେ ଜୟପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଚନ୍ଦନ ନାୟକ ,ମୁଖ୍ୟ ଅତିଥି ଥିଲେ ଜୟପୁରର ତହସିଲଦାର ସବ୍ୟସାଚୀ ଜେନା,ସମ୍ମାନିତ ଅତିଥି ଥିଲେ ଅଗ୍ନିସମ ବିଭାଗ ଅଧିକାରୀ ସୁରେଶ କୁମାର ବାରିକ, ଆବାହକ ପ୍ରକାଶ ପଟ୍ଟନାୟକ ଏବଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପର୍ଯ୍ୟଟ୍ଟନ ବିଭାଗର ଶିକ୍ଷୟିତ୍ରୀ ସୁବର୍ଣ୍ଣ ଖିଲ। ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ଜିଲ୍ଲା ସ୍ତରକୁ ଚୟନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା ପ୍ରଥମ ସରକାରୀ ଉଚ୍ଚ ବିଦ୍ୟାଳୟ ଫାମ୍ପୁଣି ର ଛାତ୍ରୀ ପ୍ରାଚୀ ପ୍ରଧାନ ଦ୍ଵିତୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଧନପୁରର ଛାତ୍ର ସଂଜିତ୍ ଭୂମିଆ ତୃତୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଏକମ୍ବାର ଛାତ୍ର ଶ୍ରୀଧର ସ୍ୱାଇଁ ଚତୁର୍ଥ ଜୟପୁର ସିଟି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସି ଏଚ ସୁପ୍ରିୟା, ପଞ୍ଚମ ସରକାରୀ ଉଚ୍ଚ ବିଦ୍ୟାଳୟ ପୂଜାରିପୁଟର ଛାତ୍ରୀ କବିତା ଦାସ ଷଷ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ �