ମକା ଦର ଦେଖି କନ୍ଦୁଛି ଚାଷୀ
ଝରିଗାଁ ୧୯/୧୧ ( ନକୁଳ ଭତ୍ରା ) : ମକା ଦର ଖସି ପଡିଛି ଚିନ୍ତା ଘାରିଛି ଚାଷୀକୁ ମକା ଅମଳ କରି ଦର ବୃଦ୍ଧି କୁ ଅପେକ୍ଷା କରିଛି ଚାଷୀ ମକା ମଣ୍ଡିକୁ ବଜାର ସୁବିଧା ନାହିଁ । ହାତ ଗଣତି ସ୍ଥାନୀୟ କିଛି ବ୍ୟବସାୟୀ ଚାଷୀ ଠାରୁ କ୍ଵିଣ୍ଟାଲ ପ୍ରତି ୧୭୫୦ ଟଙ୍କାରେ କିଣୁଥିବା ବେଳେ ମକାର ଗୁଣବତ୍ତା ଦେଖି କ୍ରୟ କରୁଛନ୍ତି। ମକା ବେପାରୀ ୨୨୦୦ ଶହରୁ ୨୪୦୦ ଶହ ଟଙ୍କା ବିକ୍ରି ହେଉଥିବା ମକା ୨୦୦୦ ହଜାର ଟଙ୍କାରୁ କମରେ ବିକ୍ରି ହେଉଥିବାରୁ ଶତାଧିକ ଚାଷୀ ମକା ଅମଳ ପରେ ଖରାରେ ଶୁଖାଇ ଶୁଖାଇ ରଖିଥିବା ଦେଖିବାକୁ ମିଳୁଛି। ସୌଭାଗ୍ୟ ଏହା ଯେ ଲଘୁଚାପ କିମ୍ବା ଅଦିନିଆ ବର୍ଷା ହେଉ ନ ଥିବାରୁ ରକ୍ଷା ପାଇଛନ୍ତି। ମକା ଚାଷୀ ମକା କମ ଜର ରହିଥିବା ବେଳେ ମୂଖ୍ୟ ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ଚାଷୀ ଅନ୍ୟପକ୍ଷେ ବିକ୍ରି ବିଳମ୍ଵ ହେଉଥିବାରୁ ମିଲିଂ ହୋଇ ଥିବା ମକା ରହି ଓଜନ ହ୍ରାସ ପାଇବା ସମ୍ଭାବନା ଅଧିକ ରହୁଛି । ଏବଂ ମକା ରଙ୍ଗ ଫିକା ପଡି ଗଲେ ବର୍ତ୍ତମାନ ଚାଲିଥିବା ଦର କମିବା ଅଶଙ୍କାରେ ଚିନ୍ତାଗ୍ରସ୍ତ ଅଛନ୍ତି। ଚାଷୀ ରାସ୍ତାରେ ପଥର ଚଟାଣ ଉପରେ ଖୋଲା ଏବଂ ମଣ୍ଡି ପିଣ୍ଡରେ ଗୋଟା ଶୁଖିଲା ମକା ଓ ମିଳିଙ୍ଗ ମକା ଗଦା ହୋଇ ପଡି ରହିଛି । ଆଗକୁ ମକା ଦର ବଢିବ କେବେ ବଢିବ କୌଣସି ନିଶ୍ଚିନ୍ତା ନାହିଁ । ଗରିବ ଓ ମଧ୍ୟବିତ୍ତ ଚାଷୀ ଧାର କରଜ କରି ଚାଷ କରିଥିବା ସ୍ଥଳେ ସୁଦ୍ଧା ଟଙ୍କା ବୃଦ୍ଧି ପାଉଛି। ଯାହା ଫଳରେ କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ବ୍ଳକ କୃଷି ବିଭାଗ ସୂଚନା ପ୍ରକାରେ ୭୯୫୦ ହେକ୍ଟର ଜମିରେ ମକା ଚାଷ ହେଉଥିବା ବେଳେ ଚଳିତ ବର୍ଷ ଉତ୍ପାଦନ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି । ଉତ୍ପାଦନ ବୃଦ୍ଧି ହୋଇଛି । ସତ ହେଲେ ଚଳିତ ବର୍ଷର ମୂଲ୍ୟ ହ୍ରାସ ଚାଷୀଙ୍କୁ ନିରାଶ ହେବାକୁ ପଡିଛି । ପ୍ରତିବର୍ଷ ଚାଷ ବାବଦକୁ ଖର୍ଚ ବଡୁଛି I ରାସାୟନିକ ସାର କୀଟନାଶକ ଗାସମରା ଭିଟାମିନ ସାଙ୍ଗକୁ କୁଳି ମଜୁରୀ ଜମି ଚଷିବାକୁ ଟ୍ରାକ୍ଚର ଭଡ଼ା ସହ ଅମଳ ଓ ମିଳିଙ୍ଗ କରି ବିକ୍ରୟ କରିବା ପାକ୍ଷି ପର୍ଯ୍ୟନ୍ତ ଖର୍ଚ ହେଉଛି । ସ୍ଥାନୀୟ ବ୍ୟବସାୟୀ ଦର ନିୟନ୍ତ୍ରଣ କରୁଥିବା ଅଭିଯୋଗ କରୁଛନ୍ତି। ଚାଷୀ ମୂଲ୍ୟ ବୃଦ୍ଧି ନହେଲେ ଆର୍ଥିକ କ୍ଷେତି ସହିବା ସୁନିଶ୍ଚିତ ବୋଲି ଚାଷୀ ଆକଳନ କରଛି।