Hot Posts

6/recent/ticker-posts

ଓଡିଶା ମାଟିରେ ପ୍ରବାସୀ ଓଡ଼ିଆଙ୍କ - ସୃଜନୀ ସୁହୃଦ୍ ସମାବେଶ

ଭୁବନେଶ୍ୱର , ୨୦/୧୧ ( ଏ. ଭେଙ୍କଟ ରାଓ ) : ୧୯ -୧୧-୨୦୨୫ ସୃଜନୀ ପରିବାର (ଚେନ୍ନାଇ) ଆନୁକୁଲ୍ୟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଓଡ଼ିଆଙ୍କ ସୃଜନୀ ସୁହୃଦ୍ ସମାବେଶ ଅନୁଷ୍ଠିତ ହୋଇଯାଇଅଛି I ଉକ୍ତ ସମାବେଶରେ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ନୀଡ଼ ବାନ୍ଧିଥିବା ପ୍ରବାସୀ ଓଡ଼ିଆ ସାହିତ୍ୟିକା ତଥା ସୃଜନୀ ପରିବାରର ଶୁଭେଚ୍ଛୁ ସହୃଦୟା ଶ୍ରୀମତୀ ଚନ୍ଦ୍ରା ମିଶ୍ରଙ୍କୁ "ସୃଜନୀ ସୁହୃଦ୍ ସମ୍ମାନ" ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା I ସୃଜନୀ ସୁହୃଦ୍ ସମାବେଶର ଆବାହିକା ତଥା ସାରସ୍ୱତ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି ଏବଂ ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ତଥା ତାମିଲନାଡୁ ରାଜ୍ୟ ବନବିଭାଗ ମୁଖ୍ୟ ପ୍ରସାଶନ ଅଧିକାରୀ (ଅବସରପ୍ରାପ୍ତ ) ଆଇ ଏଫ୍ ଏସ୍ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତ ସିଂହାରଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ତଥା ଭାରତର ଅନ୍ୟ ପ୍ରଦେଶରେ ବସବାସ କରୁଥିବା ପ୍ରବାସୀ ସାହିତ୍ୟିକଙ୍କ ଉପସ୍ଥିତରେ ପ୍ରବାସୀ ସାହିତ୍ୟ ସଙ୍ଗମ ସହ "ଓଡ଼ିଆ ଜାତିର ପ୍ରଗତି କ୍ଷେତ୍ରରେ ଓଡ଼ିଆ ସାହିତ୍ୟ" ପ୍ରସଙ୍ଗରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି I ଉକ୍ତ ସଭାରେ କେନ୍ଦ୍ର ତଥା ରାଜ୍ୟ (ଓଡିଶା) ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟ ସାଧକ ପ୍ରଫେସର୍ ଡକ୍ଟର ଫନି ମହାନ୍ତି ସଭାର ମୁଖ୍ୟ ଅତିଥି ଏବଂ କେନ୍ଦ୍ର ତଥା ରାଜ୍ୟ (ଓଡିଶା) ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟ ସାଧକ ପ୍ରଫେସର୍ ଡକ୍ଟର ବଂଶୀଧର ଷଢଙ୍ଗୀ ସଭାର ମୁଖ୍ୟବକ୍ତା ରୂପେ ସଭା ମଣ୍ଡନ କରିବା ସହ ଓଡ଼ିଆ ଜାତିର ଜାଗୃତି ଓ ପ୍ରଗତି କ୍ଷେତ୍ରରେ ଆମ ମାତୃଭାଷାର ସୁରକ୍ଷା ସହ ଓଡ଼ିଆ ସାହିତ୍ୟର ପ୍ରସାର ଓ ପ୍ରଚାର ନିମନ୍ତେ ଅନୁବାଦ ସାହିତ୍ୟର ଭୂମିକା ପ୍ରସଙ୍ଗରେ ଆଲୋଚନା ମାଧ୍ୟମରେ ସମଗ୍ର ସଭାକୁ ଉଦ୍ବୋଧନ ପ୍ରଦାନ କରିଥିଲେ I 
ସମୟ (ଦୈନିକ ସମ୍ବାଦପତ୍ର) ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଗୁରୁକଲ୍ୟାଣ ମହାପାତ୍ର ଏବଂ ଓଡିଶା ମହିଳା କମିଶନର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ସମାବେଶର ଅନ୍ୟତମ ଆଲୋଚକ ରୂପେ ସଭା ମଣ୍ଡନ କରିଥିଲେ I 
ସଭାର ଅନ୍ୟାନ ଆଲୋଚକ ବୃନ୍ଦ ପ୍ରାଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା,ଗବେଷକ ଡକ୍ଟର କୈବଲ୍ୟ ମିଶ୍ର,ବରିଷ୍ଠ କବି କୈଳାଶ ଚନ୍ଦ୍ର ସାହାଣୀ ,ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ସାହିତ୍ୟିକା ଶ୍ରୀମତୀ ପାରମିତା ଷଡ଼ଙ୍ଗୀ ,ସାହିତ୍ୟିକ ବିବେକାନନ୍ଦ ପାଣିଗ୍ରାହୀ,ଗବେଷିକା ଡକ୍ଟର ରଶ୍ମି ଦାସ ଏବଂ ଦ କମନ୍ ଟାଇମସ୍ ର ପ୍ରତିଷ୍ଟାତା ସତ୍ୟବ୍ରତ ଜେନା ଆଦି ସଭାରେ ଉପସ୍ଥିତ ରହି ଓଡ଼ିଆ ସାହିତ୍ୟର ପରିସର , ଅନୁବାଦ ସାହିତ୍ୟ କ୍ଷେତ୍ରରେ ଓଡ଼ିଆ ସାହିତ୍ୟିକ ଓ ଓଡ଼ିଆ ସାହିତ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ I ସଭାର ସଂଚାଳିକା ତଥା ସଂଯୋଜିକା ଅଧ୍ୟାପିକା ଶର୍ମିଷ୍ଠା ମହାପାତ୍ର ଏବଂ ଅଧ୍ୟାପିକା ସଂଘମିତ୍ରା ମହାପାତ୍ର ,ଉଭୟଙ୍କ ସଂଚାଳନାରେ ସଞ୍ଚାଳିତ ସଭା କାର୍ଯ୍ୟରେ ସୃଜନୀର ଉପଦେଷ୍ଟା ତଥା ନାଳନ୍ଦା ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଡ. ଗୋଦାବରୀଶ ମିଶ୍ର, ସଂପାଦକ ଶ୍ରୀ ଅଶୋକ ସାମନ୍ତ ,କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଘ୍ନେଶ୍ଵର ସାହୁ ଏବଂ ଶ୍ରୀ ଗୌର ପ୍ରସାଦ ମହାପାତ୍ର ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସଭାରେ ଉପସ୍ଥିତ କବି ଙ୍କ କବିତା ପଠନ ସହ କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକଙ୍କ ସଂଗୀତ ଗାୟନରେ ସଭା ସଂଗୀତମୟ ହୋଇଥିଲା I
ସୃଜନୀ ସୁହୃଦ୍ ସମାବେଶ ଉଭୟ ମଞ୍ଚ କାର୍ଯ୍ୟକ୍ରମ ସହ ଆଭାସୀ ମାଧ୍ୟମରେ ଆୟୋଜିତ କରାଯାଇଥିଲା I 
ଆଭାସୀ ସମାବେଶରେ ପ୍ରଫେସର୍ ବିଷ୍ଣୁ ଚୌଧୁରୀ ,ପ୍ରଫେସର୍ ରାଧାନାଥ ବେହେରା ,ପ୍ରାଧ୍ୟାପକ କୈଳାଶ ବାଣ୍ଠ , ପ୍ରାଧ୍ୟାପିକା ରିନା ସାହୁ , ସାହିତ୍ୟିକ ବୃନ୍ଦ ରମେଶ ପଶାୟତ ,ସୁମତି ମୁଣ୍ଡ ,ଶ୍ରୀମତୀ ମୀନ ମୁଣ୍ଡ ,ଡକ୍ଟର କମଳାକୃଷ୍ଣ ତ୍ରିପାଠୀ , ଇଂ ପ୍ରତାପ ଆଚାର୍ଯ୍ୟ ଙ୍କ ଉପସ୍ଥିତି ସହ ଦେଶ ତଥା ବିଦେଶରୁ ବହୁ ମାନ୍ୟଗଣ୍ୟ ବିକ୍ତିତ୍ଵ ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ I