ନୂଆଁପଡ଼ା ରେ ନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ନୂଆପଡ଼ା, ୦୩/୧୧ ( ଭାଗିରଥି ଭୋଇ ) : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ନେତା ମନ୍ତ୍ରୀ ସାଂସଦ ବିଧାୟକ ଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଦୁଇ ଦିନ ହେଲା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନୂଆପଡ଼ା ରେ ଡେରା ପକାଇଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ଓରାମ ଜୟଜଂଘା ମଣ୍ଡଳ ଅନ୍ତର୍ଗତ ଡୁମେରପାଣି ପଞ୍ଚାୟତ ଠାରେ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ବିଶାଳ ଜନସଭାରେ ସାମିଲ ହୋଇଥିଲେ । ନିଜର ନିର୍ବାଚନୀ ଅଭିଭାଷଣ ରେ ପ୍ରଧାନମନ୍ତ୍ରୀ ମୋଦି ଜି ଙ୍କ ଦୀର୍ଘ ସାଢେ଼ ଏଗାର ବର୍ଷ ର ନିସ କଳଙ୍କିତ ସୁଶାସନରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିଛି । ସମଗ୍ର ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଇଛି । ଦେଶ ର ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ବହୁତ୍ ମଜଭୁତ ହୋଇଛି । ସେହିପରି ଓଡ଼ିଶା ରେ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱ ରେ ଚାଲିଥିବା ବିଜେପି ସରକାର ତାର ସମସ୍ତ ନିର୍ବାଚନୀ ମେନିଫେଷ୍ଟୋ ପ୍ରାୟ ପ୍ରାୟ ପୁର୍ଣ୍ଣ କରି ରାଜ୍ୟ ର ବିକାଶର ଗତିକୁ ଏକ ଐତିହାସିକ ଗତି ପ୍ରଦାନ କରିଛନ୍ତି । ଏଣୁ ବିକାଶ ର ଏହି ଜୟଯାତ୍ରା ରେ ନୂଆପଡ଼ାବାସୀ ସାମିଲ ହୁଅନ୍ତୁ ବୋଲି ଆହ୍ଵାନ କରିଥିଲେ । ଚଳିତ ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିପୁଳ ସଂଖ୍ୟାରେ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ଭୋଟ ଭିକ୍ଷା କରିଥିଲେ ।ଏହି ଅବସରରେ ଉପସ୍ଥିତ ଓଡ଼ିଶା ସରକାର ଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜ ଉଦବୋଧନ ରେ କହିଥିଲେ ଯେ ନୂଆପଡ଼ାରେ ପରିବର୍ତ୍ତନର ଲହରୀ ଦେଖା ଦେଇଛି । ପଦ୍ମ ହିଁ ଲୋକଙ୍କ ପ୍ରଥମ ପ୍ରାଥମିକତା ପାଲଟିଛି । ଡବଲ ଇଞ୍ଜିନ ସରକାରର ବିକାଶ ଯାତ୍ରାକୁ ଆହୁରି ଗତି ପ୍ରଦାନ ପାଇଁ ଲୋକେ ଜୟ ଢୋଲକିଆଙ୍କୁ ବିଜୟୀ କରାଇବା ପାଇଁ ମନସ୍ଥ କରି ସାରିଛନ୍ତି । ଏହି ନିର୍ବାଚନୀ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ମାଳବୀକା ଦେବୀ,ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଏବଂ ନୂଆପଡା ବିଧାନ ସଭା ପାର୍ଥି ଜୟ ଢୋଲକିଆ ଉପସ୍ଥିତ ଥିଲେ ।
ଭାଗିରଥି ଭୋଇ ଙ୍କ ରିପୋର୍ଟ