ପୂର୍ତ୍ତ ବିଭାଗ ରାସ୍ତାର ପୁଣି ମରାମତି
ବରୀ, ୦୩/୧୦ ( ରଂଜିତ ମହାନ୍ତି ) : ବରୀ ବ୍ଲକ୍ର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ବରୀ ମାଉଣ୍ଡଠାରୁ ବିଦ୍ରୁପା ପର୍ଯ୍ୟନ୍ତ ପୂର୍ଭବିଭାଗ ରାସ୍ତାର ପିଚୁ ଉଠିଯାଇଥିବା ସ୍ଥାନକୁ ପୁଣି ମରାମତି କରାଯାଇଛି। ଠିକାଦାର ଏହି ରାସ୍ତାରେ ପିଚୁ କାମ ଅତ୍ୟନ୍ତ ନିମ୍ନମାନର କରିଥିଲେ। ଫଳରେ କାମ ହେବାର ଏକ ସପ୍ତାହ ମଧ୍ୟରେ ପିଚୁ ଉଠି ଯାଇଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଫଳରେ ଲୋକଙ୍କ ଆସନ୍ତୋଷ ଓ ଅଭିଯୋଗକୁ ଆଧାର ।ର କରି ୩୧।୧୦।୨୦୨୫ରେ ପ୍ରକାଶ ପାଇଥିଲା। ବିଭାଗୀୟ କର୍ତ୍ତୃପକ୍ଷ ନିଜର ଜର ତ୍ରୁଟି ସୁଧାରିବା ବାକୁ ଯାଇ ରାସ୍ତା ମରାମତି କରିଛନ୍ତି। ରାସ୍ତାର ଅବଶିଷ୍ଟ କାର୍ଯ୍ୟକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କରିବାକୁ ସାଧାରଣରେ ଦାବି ହୋଇଛି।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ