ଯଜ୍ଞେଶ୍ଵର ପଡିଆରେ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ
ବରୀ, ୨୦/୧୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବୋଦୁଅ ପଞ୍ଚାୟତର ଯଜ୍ଞେଶ୍ଵର ପଡିଆ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହେଇଯାଇଛି l ଶିବିରରେ ଗୋରୁ ଗାଈଙ୍କୁ ଫାଟୁଆର ଟୀକା କରଣ, କୃମି ନିରାକରଣ ଓ ଭିଟାମିନ ଆଦି ପ୍ରଦାନ କରାଯାଇଥିଲା। ବରୀ ମଣ୍ଡଳ ପ୍ରାଣୀଚିକିତ୍ସାଳୟ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକ ନିର୍ମଳ ପଣ୍ଡା, ମୈତ୍ରୀ ଅମୂଲ୍ୟ କୁମାର ଜେନା ଚିକିତ୍ସା କରିଥିଲା ବେଳେ କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ବିଶ୍ୱଭୂଷଣ ଜେନା, କାଶୀନାଥ ପଲାଇ, ରାକେଶ ରୋଶନ ଜେନା ପରିଚାଳନା କରିଥିଲେ l