ପଞ୍ଚାୟତ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ -୨୦୨୫ ଅନୁଷ୍ଠିତ
କନ୍ଧମାଳ, ୨୨/୧୧ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ସଭାପତିତ୍ବରେ କରାଯାଇଥିବା ବେଳେ ଦଳପଡା ପଞ୍ଚାୟତ ଅଞ୍ଚଳର ମେଡୁ , ଲମ୍ବାବାଡି, ନଗଲେଜୁ, ଦଳପଡା,ଡାଞୁ ସମେତ ବିଭିନ୍ନ ବିଦ୍ୟାଳୟରୁ ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ କବାଡି,ଫୁଟବଲ,ଖୋଖୋ, କ୍ରିକେଟ,ଭଲିବଲ, ବ୍ୟାଡମିଣ୍ଟନ,ଚେସ ପରି ଖେଳ ପ୍ରତିଯୋଗିତା କରାଯାଇଥିଲା । ଖେଳ ପରିଚାଳନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁପ୍ରଭା ଦାଶ ତଦାରଖ କରିଥିଲେ । ଅପରାହ୍ନ ୪ ଘଣ୍ଟିକା ସମୟରେ ଉଦଯାପନୀ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଦ୍ମନୀ ମଲିକ ବିଭିନ୍ନ ବିଦ୍ୟାଳୟରୁ ଆସି କ୍ରୀଡା ପ୍ରତିଯୋଗିତା ଭାଗନେଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ସୁଖାଦ୍ୟ ଅନ୍ନପ୍ରସାଦ ବ୍ୟବସ୍ଥା କରିଥିଲେ ।