ଖଜୁରୀପଡ଼ାରେ ବିଜେପିର ବନ୍ଦେ ମାତରମ ୧୫୦ ବର୍ଷ ଉତ୍ସବ ପାଳନ ଓ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ, ୨୨/୧୧ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଠାରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ବନ୍ଦେ ମାତରମ ୧୫୦ ବର୍ଷ ଉତ୍ସବ ପାଳନ ଏବଂ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି କନ୍ଧମାଳ ବିଜେପି ଜିଲ୍ଲା ସଭାପତି ପଣ୍ଡିତ କୁମାର ବିଶିମାଝି ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବିଧାନସଭା ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମକୁ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଉମାଚରଣ ମଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରି ଭାରତ ବର୍ଷରେ ସ୍ବଦେଶୀ ବ୍ୟବହାର ଠାରୁ ଆରମ୍ଭ କରି ଆମେ କିଭଳି ଆତ୍ମ ନିର୍ଭର ହୋଇ ପାରିବା ସେନେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।ସାମ୍ନାନୀତ ଅତିଥିଭାବେ ଦଳର ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ମଧ୍ୟ ଉପସ୍ଥିତ ଜନସାଧାରଣମାନଙ୍କୁ କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ , ବନ୍ଦେ ମାତରମ ସଂଯୋଜକ ସଞ୍ଜିତ କୁମାର ମଣ୍ଡଳ,ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନର କୋଡିନେଟର ପରେଶ ମହାପାତ୍ର,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପ-ସଭାପତି ରାମବିଶି ଦିଗାଲ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ଦଳବେହେରା,ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ ବାଲିଗୁଡା ବିଧାନସଭା କ୍ଷେତ୍ରର ସଂଯୋଜିକା ଶ୍ରୀମତୀ କଳ୍ପନା କହଁର, ଖଜୁରୀପଡା ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ,ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ,ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା,ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର, ବଲସକୁମ୍ପା ମଣ୍ଡଳ ସଭାପତି ଶ୍ରୀନିବାସ ପ୍ରଧାନ ଏବଂ ବିଧାନସଭାର ସମସ୍ତ ମଣ୍ଡଳ ସଭାପତି ଏବଂ ବିଧାୟକ ସାଂସଦ ପ୍ରତିନିଧିଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ ଆଜି ଖଜୁରୀପଡା ବ୍ଲକ ଅରାପାଜୁ ଗ୍ରାମପଞ୍ଚାୟତର ଯୁବ ବିଜେଡି ନେତା ରଞ୍ଜନ କୁମାର ପ୍ରଧାନ (ଲୁଲୁ) ଙ୍କ ସହ ୨୫ ଜଣ ଯୁବକ ଏବଂ ବୁଡ଼ାରାକାଡି ଓ କରୁଣା ଗ୍ରାମର ୱାର୍ଡ ସଭ୍ୟ ଆଜି ସମସ୍ତ ନେତୃତ୍ୱଙ୍କ ଉପସ୍ଥିତ ରେ ବିଜେପିରେ ସାମିଲ ହୋଇଥିବା ବେଳେ ବିଧାୟକ ଏବଂ ଅନ୍ୟ ସମସ୍ତ ନେତୃତ୍ୱ ସେମାନଙ୍କୁ ପୁଷ୍ପଗୁଛ ଉତ୍ତୋରୀୟ ଦେଇ ଦଳରେ ସାମିଲ କରିଥିଲେ । କାର୍ଯ୍ୟକ୍ରମରେ କେଦାରଗୌରୀ ସାହୁ ଓ ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁଦେଇ ମଞ୍ଚ ପରିଚାଳନା କରିଥିବା ବେଳେ ଦଶରଥ ସାହୁ,ରୋହିତ କୁମାର ପ୍ରଧାନ ବିଜୟ ସେଠି, ଦେବରାଜ ମୁଖି, ଆସ୍ତିକ ମଲିକ,ସମିର ପ୍ରସାଦ ଝାଙ୍କର,ଗୋଲକ ମଲିକ ,ରାଇକିଶୋର ପ୍ରଧାନ, ବିଚିତ୍ର ବୀର୍ଯ୍ୟ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।