Hot Posts

6/recent/ticker-posts

ଫୁଲବାଣୀ ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ -୨୦୨୫

କନ୍ଧମାଳ, ୪/୧୧ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦରମହକୁମା ଏ.ଜେ.ଓ ଉଚ୍ଚ ବିଦ୍ୟାଳୟ ଫୁଲବାଣୀଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଫୁଲବାଣୀ ଶ୍ରୀ ରଞ୍ଜନ କୁମାର କହଁରଙ୍କ ତତ୍ତ୍ଵବଧାନରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଫୁଲବାଣୀ ଓ ମିଳିତ ଶିକ୍ଷକ ସଂଘ, ଫୁଲବାଣୀ ବ୍ଲକର ମିଳିତ ଆନୁକୂଲ୍ୟରେ ସୋମବାର ଦିନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ-“ସୁରଭି-୨୦୨୫’’ ଆୟୋଜିତ ହୋଇଯାଇଛି । ୩୧ ଗୋଟି ପ୍ରତିଯୋଗିତାରେ ପ୍ରାୟ ୪୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ସେଥିମଧ୍ୟରୁ ୩୧ ଗୋଟି ପ୍ରତିଯୋଗିତାରେ ୩୬ ଜଣ ପ୍ରତିଯୋଗୀ ଏବଂ ସ୍ଵତନ୍ତ୍ର ପ୍ରତିଯୋଗିତାରେ ବେଳପଦର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦଳ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି । ଉଦ୍ ଘାଟନୀ ଉତ୍ସବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ମାନସ ରଞ୍ଜନ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ବି.ଆର.ସି.ସି, ଫୁଲବାଣୀ ଶ୍ରୀ ଧନେଶ୍ଵର କହଁର, ଏ.ବି.ଇ.ଓ, ଫୁଲବାଣୀ ଶ୍ରୀ ସୀମାଦ୍ରି କହଁର, ଜିଲ୍ଲା ଶିକ୍ଷକ ସଂଘ ସଭାପତି ଶ୍ରୀ ସନ୍ତୋଷ ଦିଗାଲ, ଫୁଲବାଣୀ ଶିକ୍ଷକ ସଂଘ ସଭାପତି ଶ୍ରୀ ଦିନେଶ କୁମାର ବେହେରା, ଏନ.ପି.ଏସ୍ ଶିକ୍ଷକ ସଂଘ ସଭାପତି ଶ୍ରୀ ସରୋଜ ସେଠୀ ଯୋଗଦେଇଥିଲେ । ସେହିପରି ଭାବରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ, ଫୁଲବାଣୀ ପୌରପରିଷଦ ଶ୍ରୀ ସମରେଶ ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୌମ୍ୟରଞ୍ଜନ ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ ରଞ୍ଜନ ସ୍ଵାଇଁ ଯୋଗଦେଇଥିଲେ । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟ ଓ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଡାଙ୍ଗାଣୀକିଆ ଉଚ୍ଚ ବିଦ୍ୟାଳୟ ଓ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ଚଡ୍ ଚଡ଼ି ବାଦ୍ୟ ପରିବେଷଣ ସ୍ଵତନ୍ତ୍ର ଆକର୍ଷଣ ସାଜିଥିଲା । ଶ୍ରୀ ସରୋଜ କୁମାର ସେଠୀ, ଶ୍ରୀ ଦୀପକ ମହାନ୍ତି,ଶ୍ରୀ ଲଲାଟେନ୍ଦୁ ନାୟକ, ଶ୍ରୀ ସରୋଜ ପାତ୍ର ଓ ଶ୍ରୀ ରବୀନ୍ଦ୍ର ଦିଗାଲ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଓ ଅବସରପ୍ରାପ୍ତ ଶିକ୍ଷକ ଗଣ ସମସ୍ତ ବ୍ୟବସ୍ଥାର ପରିଚାଳନା କରିଥିଲେ । ଏ.ବି.ଇ.ଓ, ଫୁଲବାଣୀ ଶ୍ରୀ ସୀମାଦ୍ରି କହଁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ କମିଟିର ସଦସ୍ୟ ସଦସ୍ୟା, ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।