Hot Posts

6/recent/ticker-posts

ଟ୍ରକ୍‌କୁ ପଛରୁ ପିଟି ବାଇକ୍ ଆରୋହୀ ମୃତ

ରାଇଘର, ୩୦/୧୦ ( ନକୁଳ ଭାତ୍ରା ) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ରୁ ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ମଧ୍ଯରେ ପ୍ରତ୍ଯେକ ସମୟରେ ଭାରିଯାନ ଚଳାଚଳ କରୁଛି। ତେବେ ଏହାରି ଭିତରେ ୪୦ ନମ୍ବର ରାଜ୍ୟ ରାଜପଥର ସରଗୁଲିରୁ ଯୋଡ଼ିଙ୍ଗା ମଧ୍ୟରେ ମୁଖ୍ୟ ରାସ୍ତାକଡ଼ରେ ବେଆଇନ ପାକିଂ ହେଉଥ‌ିବା ବେଳେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଗତ ୨୫ ତାରିଖରେ ଭାରତମାଳା ରାସ୍ତା ଉପରେ ଖରାପ ହୋଇ ରହିଥ‌ିବା ଏକ ଟ୍ରକ୍‌କୁ ପଛରୁ ପିଟି ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ରାତିରେ ସମାନଭାବେ ଆଉ ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ବେଆଇନ ପାକିଂ କରାଯାଇଥିବା ଏକ ଟ୍ରକ୍‌କୁ ପଛରୁ ପିଟି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉମରକୋଟ ବ୍ଲକ ସୁକିଗାଁ ପଞ୍ଚାୟତର ଫୁଲଝରି ଗ୍ରାମର ବଳରାମ ସାନ୍ତା ।୩ଟି ବାଚ୍ଚ ବାଇକ୍‌ରେ ଭାରସୁଣ୍ଡି ସମ୍ପର୍କୀୟ ଘରକୁ ବୁଲିବାକୁଯାଇଥିଲେ। ସେଠାରୁ ରାତିରେ ଘରକୁ ଫେରିବାବେଳେ ୪୦ ନମ୍ବର ରାଜ୍ୟ ରାଜପଥର କୁମୁଲି ଛକ ନିକଟରେ ଥିବା ଏକ ଟ୍ରକ୍‌କୁ ବାଇକ୍ (ଓଆର୍-୨୪ବି– ୫୩୪୩) ପଛରୁ ପିଟିଦେଇଥିଲା। ବାଇକ୍‌ରେ ଥିବା ବଳରାମ ସାନ୍ତା ଓ ଅର୍ଜୁନ ସାନ୍ତା ଗାଡ଼ିରୁ ଖସି ପଡ଼ିଥିଲେ। ବଳରାମ ସାନ୍ତାଙ୍କ ମୁଣ୍ଡରେ ପ୍ରବଳ ମାଡ଼ ବାଜି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାଇକ୍‌ପଛରେ ବସିଥ‌ିବା ଅର୍ଜୁନଙ୍କୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧୁଗଣ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଫେରାର ହୋଇଯାଇଛି। ଥାନାଧିକାରୀ ରଘୁନାଥ ମାଝୀ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚ୍ ତଦନ୍ତ ଆରମ୍ଭକରିଛି। ପୋଲିସ ମୃତଦେହ ଜବତକରି ଗୁରୁବାର ସକାଳେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କ ହସ୍ତାନ୍ତର କରିଛି।