Hot Posts

6/recent/ticker-posts

ଜୀବନ ଯୁଦ୍ଧରେ ହାରିଗଲେ ସାମ୍ବାଦିକ

ଝାରବନ୍ଧ, ୧୫ / ୧୦ ( ଗୌରି ଶଙ୍କର ପଞ୍ଚଭାୟା ) : ଜୀବନ ର ଅନେକ ଅଙ୍କା ବଙ୍କା ବାଟଦେଇ ଚାଲୁଥିବା ସାମ୍ବାଦିକ ଆଜି ତାଙ୍କର ସପରିବାର ଓ ସମସ୍ତ ଝାରବନ୍ଧ ତଥା ପାଇକମାଳ ପଦ୍ମପୁର ଅଞ୍ଚଳ ବାସୀଙ୍କୁ ଶୋକ ସାଗରରେ ଭସେଇ ଦେଇ ଆରପାରିକୁ ଚାଲିଗଲେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଝାରବନ୍ଧ ଗ୍ରାମ ପଞ୍ଚାୟତ କୋତନା ଗ୍ରାମର ବରିଷ୍ଠ ସାମ୍ବାଦିକ ରମେଶ ବାରିକ , ବହୁଦିନ ଆଗରୁ ତାଙ୍କର ଦେହ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଯାଇଥିଲେ ଦିଲ୍ଲୀ ଏମ୍ସ ଡାକ୍ତର ଖାନାକୁ ସେଠି କିଛିଦିନ ଚିକିତ୍ସା ପରେ କିଛି ଭଲ ସୁଧାର ଦେଖି ଫେରି ଥିଲେ ଗାଁ କୁ , ଗାଁ ରେ କିଛିଦିନ ରହିବାପରେ ୧୫. ଅକ୍ଟୋବର ସକାଳୁ ସକାଳୁ ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବାବେଳେ ଚାରିଚକିଆ ବାହାନ ସାହାଯ୍ୟ ରେ ଝାରବନ୍ଧ ଡାକ୍ତର ପାଖକୁ ଆଣିଥିଲେ ତାଙ୍କର ପରିବାର ଲୋକେ, ସେହି ଡାକ୍ତର ଖାନାରେ ଚେକପ୍ ପରେ ଡାକ୍ତର ମୃତ ଘୋଷଣା କରିଥିଲେ। କିଛି ଭଲକାମ କରିଥିବାରୁ ଲୋକେ ତାଙ୍କର ଗଲା ସମୟ କୁ ମନେପକାଇ ଦୁଃଖ ପ୍ରକାଶ କରୁଥିବାର ଦୃଶ୍ୟ ଦେଖିବାକୁ ମିଲୁଅଛି , ସେହି ପ୍ରଭୁ ସୃଷ୍ଟି କର୍ତ୍ତା ଙ୍କୁ ପ୍ରାର୍ଥନା ତାଙ୍କର ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ।