Hot Posts

6/recent/ticker-posts

ଜାମଗୁଡ଼ା ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ପାଳିତ |

ନବରଙ୍ଗପୁର, ୧୫ /୧୦ (ଶେଖର ଖୁରା ) : ଗତକାଲି ତା 14/10-ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଜମଗୁଡା କ୍ଲଷ୍ଟର ଅଧୀନରେ ଥିବା ବିଦ୍ୟାଳୟ ମାନଙ୍କୁ ନେଇ କ୍ଲଷ୍ଟର ର ସିଆରସିସି ଶିଶିର କୁମାର ପାତ୍ରଙ୍କ ତତ୍ୱାବଧାନରେ ଆଜି ଜାମଗୁଡ଼ା ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ତଥା ସୁରଭି 2025 କାର୍ଯ୍ୟକ୍ରମ ମହା ଆଡମ୍ବରରେ ପାଳିତ ହୋଇଯାଇଛି |ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ABO ସୁରେନ୍ଦ୍ର ନାଥ ନାୟକ ଯୋଗ ଦେଇ ପ୍ରାରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଥିଲେ |ମୁଖ୍ୟ ବକ୍ତା ଭାବରେ ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର କର୍କରା ଯୋଗଦେଇ ସୁରଭି କାର୍ଯ୍ୟକ୍ରମର ଉପାଦେୟତା ଉପରେ ନିଜ ବକ୍ତବ୍ୟ ରଖିଥିଲେ|ବିଦ୍ୟାଳୟର ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ କ୍ଷୀରୋଦ କୁମାର ପାତ୍ର ରମଣୀ ରଞ୍ଜନ ନାୟକ, ପ୍ରଭାକର ସାହୁ, ରାମ ପ୍ରସାଦ ଶତପଥି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ |ଜାମଗୁଡ଼ା କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗାଇଡ଼ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଏବଂ ଅବିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ |ଅତିଥି ମାନଙ୍କ ହସ୍ତରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିବା |ପରିଶେଷରେ କ୍ଲଷ୍ଟରର ସିଆରସିସି ସମସ୍ତଙ୍କୁ ଧନ୍ୟବାଦ ଜଣେଇ କାର୍ଯ୍ୟକ୍ରମ ଶେଷ କରିଥିଲେ