Hot Posts

6/recent/ticker-posts

ବରୀ ମାଉଣ୍ଡ-ଦରଘା ରାସ୍ତା: ସମ୍ପ୍ରସାରଣରୁ ବାଦ ପଡିଲା ଦୁଇଶହ ମିଟର

ବରୀ, ୧୮ / ୧୦ ( ରଂଜିତ ମହାନ୍ତି ) : ବରୀ ବ୍ଳକର ସର୍ବାଧିକ ବ୍ୟସ୍ତ ବହୁଳ ରାସ୍ତାର ମାନ୍ୟତା ପାଇଛି ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତା । ଏହି ରାସ୍ତା ଉପରେ ବରୀ ବ୍ଳକର ୨୯ ପଞ୍ଚାୟତର ଜନ ସାଧାରଣ ନିର୍ଭରଶୀଳ । ଦୈନିକ ଶହ ଶହ ସଂଖ୍ୟାରେ ବଡ଼ ଓ ଛୋଟ ଗାଡି ଏହି ରାସ୍ତା ଦେଇ ଗତାଗତ କରୁଛି । ରାସ୍ତାର ଉଭୟ ପଟରେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ରହିଛି । ଏବେ ଏହି ରାସ୍ତାର ବରୀ ମାଉଣ୍ଡ ଠାରୁ ଦରଘା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ହେଉଛି । ରାସ୍ତା ସମ୍ପ୍ରସାରଣ ସମୟରେ ଏହି ରାସ୍ତାର ୨ଶହ ମିଟର ରାସ୍ତା ସମ୍ପ୍ରସାରଣ ହୋଇ ପାରି ନଥିବା ଦେଖିବାକୁ ମିଳିଛି । କେଉଁ କାରଣ ପାଇଁ ଏହି ଦୁଇଶହ ମିଟର ରାସ୍ତା ସମ୍ପ୍ରସାରଣ ହୋଇ ପାରିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ପୂର୍ବରୁ ଏହି ରାସ୍ତା ଜଳ ସଂପଦ ବିଭାଗ ଅଧିନରେ ଥିଲା ବେଳେ ଏବେ ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ରହିଛି । ଯେଉଁ ଦୁଇଶହ ମିଟର ରାସ୍ତା ସମ୍ପ୍ରସାରଣ ହୋଇ ନାହିଁ ସେଠାରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି । ପାଗ ବଦଳି ଥିବାରୁ ଖୁବ ଶିଘ୍ର ଏହି ରାସ୍ତା ପିଚୁ କାମ ଆରମ୍ଭ ହେବ । ଏହା ପୂର୍ବରୁ ବିଭାଗ ପକ୍ଷରୁ ଦରଘା ପୂର୍ବରୁ ଅଟକିଥିବା ଦୁଇଶହ ମିଟର ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବି ହୋଇଛି । ଅନ୍ୟପକ୍ଷରେ ଏ ନେଇ ଜିଲ୍ଲାପାଳ ପଦକ୍ଷେପ ନେବାକୁ ବରିଷ୍ଠ ସମାଜସେବୀ ଲାଲ ବିହାରୀ ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଲଭ ବେଉରିଆ, ଫକୀର ସିଂ, ତନ୍ମୟ କୁମାର ବେଉରିଆ ପ୍ରମୁଖ ଦାବି କରିଛନ୍ତି ।

 ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ