ଆରଏସଏସ ର ଶତବାର୍ଷିକୀ ଉତ୍ସବ ପାଳନ।
ଜୟପୁର, ୧୮।୧୦ ( ଏ. ଭେଙ୍କଟ ରାଓ ) : ଗତକାଲି ଜୟପୁର ନଗର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପାଣିନଳା ସାହି ରାଧାମାଧବ ସାହି କେଲା ସାହି ବସତିର ବିଜୟା ଦଶମୀ ଉତ୍ସବ ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ଭୂପତି ସାହି କନକ ଦୁର୍ଗା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଟ ଅଧିବକ୍ତା ବିରେଶ ପଟ୍ଟନାୟକ ବକ୍ତା ଭାବେ ଶିକ୍ଷକ ତଥା ଗ୍ରାମ ବିକାଶ ପ୍ରମୁଖ ବିଜୟ କୁମାର ଭଟ୍ଟ ଏବଂ ନଗର ସଂଘ ଚାଳକ ଡ.ନିରଞ୍ଜନ ମିଶ୍ର ମୋଞ୍ଚାଶିନ ଥିଲେ। ବକ୍ତା ନିଜ ବକ୍ତବ୍ୟରେ କହିଥିଲେ ସଂଘ କୌଣସି ଜାତି ଏବଂ ଧର୍ମ କୁ ପ୍ରାଥମିକତା ଦିଏନାହିଁ ସେ ଯେ କୌଣସି ଜାତିର କିମ୍ବା ଧର୍ମର ହୋଇଥିଲେ ମଧ୍ୟ ରାଷ୍ଟ୍ର ଭକ୍ତି ଏବଂ ରାଷ୍ଟ୍ର ନିର୍ମାଣର ଅଗ୍ରଦୁତ ହେବା ଦରକାର ଆଗାମୀ ଦିନରେ ପଞ୍ଚ ପରିବର୍ତ୍ତନ ସହ ସମସ୍ତେ ହିନ୍ଦୁ ରାଷ୍ଟ୍ର ନିର୍ମାଣର ପରିକଳ୍ପନା କରିବା ପାଇଁ ଏକତ୍ରିତ ହୋଇ କାର୍ଯ୍ୟ ସମ୍ପାଦନ କରିବାକୁ ଆଗଭର ହେବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରେମାନନ୍ଦ ନାୟକ ସତ୍ୟ ନାରାୟଣ ମିଶ୍ର ପ୍ରଫୁଲ୍ଲ ରାଇ ବଳରାମ ପାଢି ସୁଧାଂଶୁ ପାଢି ତେଜସ୍ଵୀ ଚୌଧୁରୀ ଜିତୁ ଦଳାଇ ଗୁପ୍ତ ପାଣିଗ୍ରାହୀ ୟାଇ ଏସ ଖାନ୍ନା ସମେତ ୫୦ ରୁ ଉର୍ଦ୍ଧ ସ୍ୱୟଂସେବକ ଉପସ୍ତିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶିକ୍ଷକ ସୁବ୍ରତ ପଣ୍ଡା ବ୍ୟକ୍ତିଗୋତ ଗୀତ ସତ୍ୟ ନାରାୟଣ ମିଶ୍ର ସାମୁହିକ ଗୀତ ସୁରେଶ ନନ୍ଦ ସଂଘ ପ୍ରାର୍ଥନା ଶୁଭମ ପଣ୍ଡା ଗାନ କରିଥିଲେ।