କର୍ଲାମୁଣ୍ଡା, ୦୨/୧୦ (ସୁଶାନ୍ତ ରଣା) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ତରଫରୁ ଗାନ୍ଧୀ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି I ପ୍ରଥମେ ଗାଁ ରାସ୍ତା, ନଳକୂପ ସଫେଇ କରି ବ୍ଲିଚିଙ୍ଗ ପାଉଡର ପକାଇ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ I ପରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତି ଛବି ଉପରେ ପୂଜାର୍ଚ୍ଚନା କରି ଭଉଣୀ ମାନେ କିଛି ଦେଶାତ୍ମକ ସଙ୍ଗୀତ ଗାଇଥିଲେ I ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଶ୍ରୀ ରାମଜୀ ସଂସ୍କୃତିକ ଅନୁଷ୍ଠାନ ର ସଭାପତି ସୋମନାଥ ସାହୁ, ୱାର୍ଡ ସଭ୍ୟା ବନିତା ସାହୁ, ଗାଁ ଗୌନ୍ତିଆ କୈଳାଶ ସାହୁ ଓ ପ୍ରକୃତି ବନ୍ଧୁ ସନତ କୁମାର ସାହୁ ଉପସ୍ଥିତ ରହି ଗାନ୍ଧୀଜି ଙ୍କ ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ବରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥିବା ଗାଥା କୁ ଯୁବ ଗୋଷ୍ଠି ଭାଇ ଭଉଣୀ ମାନଙ୍କୁ କହିଥିଲେ I ଏଥିରେ କଳାରୁଦ୍ର ଯୁବକ ସଂଘର ସଭାପତି ହେମନ୍ତ ସାହୁ, ସମ୍ପାଦକ ଅରବିନ୍ଦ ସାହୁ, କୋଷାଧ୍ୟକ୍ଷ ହରପ୍ରସାଦ ସାହୁ, କବିରାଜ ସାହୁ, ଚୁମନେଶ୍ଵର ସାହୁ, ପ୍ରେମଚାନ୍ଦ ସାହୁ, ମନୋଜ ସାହୁ, ବିକାଶ ସାହୁ, ଭୈରବ ଶଙ୍କର ସାହୁ ସମେତ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ I ଶେଷରେ ପ୍ରକୃତି ବନ୍ଧୁ ଶ୍ରୀ ସାହୁ ସମସ୍ତଙ୍କୁ କର୍ମକର୍ତ୍ତା ମାନଙ୍କୁ ଆନ୍ତରିକତା ସହ ଧନ୍ୟବାଦ ଅର୍ପଣ କରିଥିଲେ I