ପୋଖରୀ ରେ ବୁଡି ଜଣେ ବ୍ୟକ୍ତି ମୃତ୍ୟୁ।
କଳାହାଣ୍ଡି, ୩୧/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଥୁଆମୁଲରାମପୁର ଥାନା ଅଡ୍ରୀ ପଞ୍ଚାୟତ ଶିର୍କା ଗ୍ରାମ ରେ , ଗତକାଲି ଦିଆଲି ପର୍ବ ଚାଲିଥିବା ସମୟରେ ଶୁକ୍ରୁ ମାଝୀ (୪୫) ଗୋଧୋଇବାକୁ ଯାଇ ଗାଁ ପାଖ ପୋଖରୀ ରେ ବୁଡି ମୃତ୍ୟୁ ଘଟିଛି।ଥୁଆମୁଲରାମପୁର ପୋଲିସ କୁ ଖବର ଦେବାପରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି। ପରିବାର ର ମୁଖ୍ୟ ସଦସ୍ୟ ଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିବା ପରିବାର ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି।
କଳାହାଣ୍ଡିରୁ ସ୍ୱତନ୍ତ୍ର ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ,