ବାତ୍ୟା “ମନ୍ଥା” ପାଇଁ ସଚେତନ ରାୟଗଡ଼ା — ଏନସିସି କ୍ୟାଡେଟମାନେ ମଧ୍ୟ ପ୍ରସ୍ତୁତ , ହେଲ୍ପଲାଇନ ନମ୍ବର ଜାରି
ରାୟଗଡ଼ା, ୨୮/୧୦ ( ଭି. ଗୌରିଶଙ୍କର ରାଓ ) : ପାଣିପାଗର ସୂଚନା ଅନୁଯାଇ "ମନ୍ଥା'" ବାତ୍ୟା ଯାହାକି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ବାତ୍ୟା ର ସମ୍ଭାବନା ସୃଷ୍ଟି କରିଛି ଏବଂ ଏଥିରେ ଆମ ରାୟଗଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ଅଛି ,ଏଥିପାଇଁ ଜିଲ୍ଲା ପ୍ରଶାସନ ସହିତ ରାୟଗଡ଼ା ମହିଳା ମହାବିଦ୍ୟାଳୟର ଏନସିସି କ୍ୟାଡେଟ ମାନେ ମଧ୍ୟ ସେମାନଙ୍କୁ ପ୍ରସ୍ତୁତ ରଖିଛନ୍ତି, ଏନସିସି ଅଫିସର କ୍ୟାପଟେନ ରୀତା ରାଣୀ ମିଶ୍ର ସହ। 50 ଜଣ କ୍ୟାଡେଟ ,ନିଜକୁ ପ୍ରସ୍ତୁତ ରଖିଛନ୍ତି,ସେମାନେ ଜନସାଧାରଣଙ୍କୁ ଜନାଇଦେବକୁ ଚାହାନ୍ତି ଯେ କେଉଁ ପରିସ୍ଥିତିରେ କିଛିବି ସାହାଯ୍ୟ ଦରକାର ପଡିଲେ ସେମାନେ ସହଯୋଗ କରିବା ନିମନ୍ତେ ଉପସ୍ଥିତ ହେବେ ,ଏଥିପାଇଁ ସେମାନଙ୍କ ତରଫରୁ 2 ଟି ହେଲ୍ପଲାଇନ ନମ୍ବର ଦିଆଯାଇଛି 8249468748, 9827358272 ରେ କଲ କରିପାରିବେ, ଜୟହିନ୍ଦ୍