Hot Posts

6/recent/ticker-posts

ମଲା ପରେ ଚେତିବେ କି ସ୍ଥାନୀୟ ପ୍ରଶାସନ ? ଅତି ଲଜ୍ୟା ଜନକ କଥା ସ୍ଥାନୀୟ ପ୍ରଶାସନ ପାଇଁ

ଝାରବନ୍ଧ, ୦୫ / ୧୦ ( ଗୌରିଶଙ୍କର ପଞ୍ଚଭାୟା ) : ସ୍ଥାନୀୟ ସରପଞ୍ଚ ସମିତି ଉଆଡମେମର ନେତା ମନ୍ତ୍ରୀ ଅଫିସର୍ ସମସ୍ତେ ବଢି ବଢି ଭାଷଣ ମାରୁଥିବା ବେଳେ ଓଡ଼ିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତ ସରଗୁଲ ଗ୍ରାମ ର ଅବସ୍ତା କହିଲେ ନ ସରେ, ଏକଥା ଡିଜିଟାଲ ମିଡିଆ ସୋସିଆଲ ମିଡ଼ିଆ ରେ ବାରମ୍ବାର ଆସିଲାପରେ ମଧ୍ୟ ସ୍ଥାନୀୟ ପ୍ରିଣ୍ଟ ମିଡିଆ ନେତା ଅଫିସର ଏସମସ୍ତଙ୍କ ଆଁଖିରେ ଦେଖାଯାଉନାହିଁ ଏ ସମସ୍ୟା ଗୁଡିକ କାହିଁକି, ପ୍ରଶ୍ନ ସୃଷ୍ଟି ହୁଏ ଭୋଟର୍ ମହଲରେ -- ଏମାନେ ଲାଞ୍ଚ ଖାଇ ଅଣଦେଖା କରୁ ନାହାନ୍ତି ତ..? ପହିଲି ଆଷାଢ଼ ଠୁ ଆଜିକୁ ଚାରିମାସ ହେଲା ଏହି ଗ୍ରାମ ମଝିରେ ପାଣି କାଦୁଅ ପଚ୍ ପଚ୍ ଜମା ହୋଇ ଗନ୍ଧ ବାହାରୁଛି କାହାରିକୁ ଫରକ ପଡୁନାହିଁ ,ଏବାଟଦେଇ ଜିବା ଆସିବା କରୁଥିବା ମିଡ଼ିଆ ଭାଇ ମାନେ କଣ ଦେଖୁ ନାହାନ୍ତି ଆପଣ ଧ୍ୟାନ ଦିଅନ୍ତୁ, ଆମେସୁଣିଥିଲୁ ଜନସାଧାରଣ ଙ୍କ ଦୁଃଖ ଦୁର କରନ୍ତି ମିଡ଼ିଆ ରେ ଥିବା ରିପୋଟର୍ ମାନେ କିନ୍ତୁ ଝାରବନ୍ଧ ବ୍ଲକ ରେ ଥିବାର ମିଡ଼ିଆ ଭାଇ ମାନେ ଟିକିଏ ଅଲଗା ବୋଧେ ସେଥିପାଇଁ ତାଙ୍କୁ ଦେଖାଯାଉନାହିଁ ଏ ସରଗୁଲ ଗ୍ରାମ ର ସମସ୍ୟା, ଏ ସମସ୍ତ ଦୃଶ୍ୟ ଦେଖିସାରିଲା ପରେ ଏମିତି ଲାଗେ ସତେ ଯେମିତି ଏଠିକାର ମିଡ଼ିଆ ଓ ଏଠିକାର ନେତା ଅଫିସର ମାନେ ଅପେକ୍ଷା କରିଛନ୍ତି ଏ ଗ୍ରାମର ଲୋକେ କେବେ ମରିବେ ବିଭିନ୍ନ ରୋଗ ର ଆକ୍ରମଣରେ, ତାପରେ ଆସିବେ ସ୍ଥାନୀୟ ମିଡ଼ିଆ ସରପଞ୍ଚ ସମିତି ଉଆଡମେମର ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ,