Hot Posts

6/recent/ticker-posts

ଇଲେକ୍ଟ୍ରି କଟିଲେ ବିଏସ୍ଏନ୍ଏଲ୍ ନେଟୱର୍କ କଟୁଚି ଘର ଭିତରକୁ ଆସୁନି ଜିଓ ଅଭିଯୋଗ ପରେ ମଧ୍ୟ ସୁଧୁରୁନି ସମସ୍ୟା ।

କନ୍ଧମାଳ, ୩୧/୧୦ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସଦରମହକୁମା ସ୍ଥିତ ବିଏସ୍ଏନ୍ଏଲ୍ ନେଟୱର୍କଟି ଇଲେକ୍ଟ୍ରି କଟିଲେ ନେଟୱର୍କ କଟୁଚି ଅଭିଯୋଗ ପରେ ମଧ୍ୟ ସୁଧୁରୁନି ଅଞ୍ଚଳରେ ସମସ୍ୟା । ସୂଚନା ପ୍ରକାରେ ଖଜୁରୀପଡ଼ା ଅଞ୍ଚଳରେ ସବୁ ଅଫିସ ଓ ବ୍ୟାଙ୍କ ସେବା କେନ୍ଦ୍ର ଗୁଡ଼ିକରେ ବିଏସ୍ଏନ୍ଏଲ୍ ନେଟ ବ୍ୟବହାର କରୁଥିବା ବେଳେ ବିଏସ୍ଏନ୍ଏଲ୍ ନେଟୱର୍କଟି ଇଲେକ୍ଟ୍ରି ବାରମ୍ବାର କଟିବା ଫଳରେ ନେଟୱର୍କ କଟି ଯିବାରୁ ବଜାରର ସମସ୍ତ ବ୍ୟାଙ୍କ ,କିଓସ୍କ ବ୍ୟାଙ୍କ, ଜନସେବା କେନ୍ଦ୍ର ଓ ସରକାରୀ ଅଫିସ ଗୁଡ଼ିକରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ଫଳରେ କେନ୍ଦ୍ର ଓ ଅଫିସ ଗୁଡ଼ିକରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଜନସାଧାରଣ ତଦ ସହିତ ଜିଓ , ବିଏସ୍ଏନ୍ଏଲ୍ ନେଟୱର୍କ ଗୋଟିଏ ଠାରେ ବସି ଥିବାରୁ ଜିରୋ ନେଟୱର୍କ ଠିକ୍ ଭାବେ କାମ କରୁନି କି ଘର ଭିତରକୁ ଆଦୌ ଆସୁ ନ ଥିବା କହିଛନ୍ତି ଅଧିକାରୀ ମାନେ ଏଥିପାଇଁ ଖଜୁରୀପଡ଼ା ଅଞ୍ଚଳ ପକ୍ଷରୁ ବିଏସ୍ଏନ୍ଏଲ୍ ଅଧିକାରୀଙ୍କୁ ଏବଂ ଜିଲ୍ଲାପ୍ରଶାସନକୁ ଜଣାଇ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ସୁଧୁରୁନି ସମସ୍ୟା । ତେଣୁ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଉକ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।