Hot Posts

6/recent/ticker-posts

ସୁଙ୍କି ଘାଟି ନିକଟରେ ଟ୍ରକ-ବାଇକ ମୁହାଁମୁହିଁ — ଯୁବକଙ୍କ ମୃତ୍ୟୁ, ଦୁଇ ଆହତ

ଝରିଗାଁ, ୧୨/୧୦ ( ନକୁଳ ଭତ୍ରା) : ଗତ ୧୦ ତାରିଖ ଦିନ ସୁଙ୍କି ଘାଟି ନିକଟରେ ବିଶାଖାପାଟଣା ରୁ କୋରାପୁଟ ଅଭିମୂଖେ ଆସୁଥିବା ଏକ ମାଳବାହୀ ଟ୍ରକ ଫଟାଙ୍ଗୀ ପାର୍ଶ୍ଵରୁ ସୁଙ୍କି ଆଡକୁ ଯାଉଥିବା ଦୁଇଗୋଟି ମୋଟରସାଇକେଲ ମଧ୍ୟରେ ମୁହ୍ଁମୁହିଁ ଧକ୍କା ହୋଇଛି। ସୂଚନାରୁ: ଘଟଣା ସ୍ଥଳରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡାବୁଗାଁ ଥାନା ଅନ୍ତର୍ଗତ ଜାମଗୁଡା ଗାଁର କେଶବ ଭତ୍ରା (୨୮) ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାବୁଗାଁ ବ୍ଲକ ପରସୁବେଡ଼ା ଗାଁର ତୁଳାରାମ ,ପଟାଙ୍ଗୀ ଗାଁର ତ୍ରିନାଥ ପାଙ୍ଗୀ ଦୁଇ ଜଣ ଆହତ ହୋଇଛନ୍ତି। ମୋଟରସାଇକେଲରେ କେଶବ ଏବଂ ସହଯୋଗୀ ତୁଲାରାମ ଯାଉଥିଲେ।ସେହି ସମୟରେ ପଟାଙ୍ଗୀ ରୁ ନିଜ ଗ୍ରାମ ତେଲରାଇକୁ ମୋଟରସାଇକେଲରେ ଫେରୁଥିବା ତ୍ରିନାଥ ପାଙ୍ଗୀ ସମ୍ପୁକ୍ତ ଟ୍ରକ ସହ ଧକ୍କା ହୋଇ ଆହତ ହୋଇଛନ୍ତି। ପଟାଙ୍ଗୀ ଥାନ ଅଧିକାରୀ ଘଟଣା ସ୍ଥାନରେ ପହଞ୍ଚି ଆହତଙ୍କୁ ପଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥାକେନ୍ଦ୍ରକୁ ପହଞ୍ଚାଇ ଥିଲେ।ପରେ ସହିଦ ଲକ୍ଷ୍ମଣ ନାୟକ ଚିକିତ୍ସାଳୟ ପରିସରକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଶବ ବ୍ୟବଚ୍ଛେଦ ପରେ ୧୧ ତାରିଖ ଦିନ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।