କୋରାପୁଟରେ ରାଷ୍ଟ୍ରୀୟ ମୁକ୍ତିମୋର୍ଚ୍ଛାଙ୍କ ଦାବିପତ୍ର ପ୍ରଦାନ — ଗଣତନ୍ତ୍ର ଓ ନ୍ୟାୟ ସୁରକ୍ଷା ପାଇଁ ଉଠିଲା ସ୍ୱର
କୋରାପୁଟ, ୧୫ / ୧୦ ( ରଜତ କୁମାର ବାଘ ) : କୋରାପୁଟ ଜିଲ୍ଲା ମୁଖ୍ୟାଳୟରେ ରାଷ୍ଟ୍ରୀୟ ମୁକ୍ତିମୋର୍ଚ୍ଛା କୋରାପୁଟ ଜିଲ୍ଲା ତରଫରୁ ମହାମହିମ ରାଷ୍ଟରପତିଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଭାରତୀୟ ସମ୍ବିଧାନ, ଗଣତନ୍ତ୍ର ଏଵଂ ନ୍ୟାୟର ସୁରକ୍ଷା ପାଇଁ ଦେଶ ବ୍ୟାପି ,ଜିଲ୍ଲା ସ୍ତରୀୟ ଜନ ଆକ୍ରସ ମୋହା ରାଲି ଆହ୍ବାନ କ୍ରମେ, ଭାରତ ମୁକ୍ତି ମୋର୍ଚ୍ଚା,ବହୁଜନ କ୍ରାନ୍ତି ମୋର୍ଚ୍ଚା , ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଛ ଏଵଂ ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଛା ଇତ୍ୟାଦି ପ୍ରମୁଖ ସଙ୍ଗଠନ ପକ୍ଷରୁ ଆହ୍ବାନ କ୍ରମେ ଭାରତର ପ୍ରତ୍ୟେକ ରାଜ୍ୟରେ ଏବଂ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ମୁକ୍ଷାଳୟ ରେ ସ୍ମାରକ ପତ୍ର ପ୍ରଦାନ କରିବାକୁ ସଂଗଠନ ପକ୍ଷରୁ ନିର୍ଣ୍ଣୟ ନିଆଯାଇ ଆଜି ଦାବି ପତ୍ର ପ୍ରଦାନ କରା ଯାଇଛି। ଦାବୀ ପତ୍ର ଅନୁସାରେ ବିଦେଶୀ ବ୍ରାହ୍ମଣ ମାନେ ଆମ ଭାରତ ବର୍ଷରେ ବସବାସ କରୁଥିବା ବିଭିନ୍ନ ଧର୍ମ, ବର୍ଣ୍ଣ ସମ୍ପ୍ରଦାୟ ମଧ୍ୟରେ ଉଜେନା କରି ଦଙ୍ଗା ସୃଷ୍ଟି କରାନ୍ତି ଏହା ବନ୍ଦ ହେଉ। EVM ମେସିନ ବନ୍ଦ କରି ଭଲେଟ କାଗଜରେ ଭୋଟ ଦେବାକୁ ଦାବୀ।ଅନୁସୂଚିତ ଜାତି ଓ ଅନୁସୂଚୀତ ଜନ ଜାତି ଏବଂ ଓ ବି ସି ଜାତିକୁ ମିଥ୍ୟରେ ଧର୍ମାନ୍ତିକରଣ ନାମରେ ଜେଲ ପଠାଇ ବା ବନ୍ଦ କରନ୍ତୁ । ତାଛଡ଼ା ଜାତି ଭିତ୍ତିକ ଜନ ଗଣନା କରି ଯାହାର ଯେତିକି ସଂଖ୍ୟା ତାର ସେତିକି ଭାଗ ଦେବାକୁ ଆମର ଦାବୀ ରହିଛି। ମୁସଲମାନ,ଖ୍ରୀଷ୍ଟିଆନ, ବୌଦ୍ଧ ଧର୍ମର ଗ୍ରନ୍ଥ ଓ ଧାର୍ମିକ ପରମ୍ପରାର ରକ୍ଷା କରିବାକୁ ଆମର ଦାବୀ । ଲୋକଙ୍କ ମଧ୍ୟରେ ଭେଦ ଭାବ, ହିଂସା,ନିର୍ଯାତନା , ଭଳି ଘୃଣ୍ୟ ପ୍ରଥାକୁ ବଢ଼ାପା ଦେଉଥିବା ସଙ୍ଗଠନ ଗୁଡିକକର ଘୃଣ୍ୟ କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦିଆ ଯାଇଛି। ଯଦି ଏହା ବନ୍ଦ ନ କରନ୍ତି ତାହାହେଲେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପଚେଇବେ ନାହିଁ, ଉପସ୍ଥିତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ରାଷ୍ଟ୍ରୀୟ ମୁକ୍ତିମୋର୍ଚ୍ଛା କୋରାପୁଟ ଜିଲ୍ଲା ସଭାପତି ଡ. ଇଶ୍ମାଏଲ ପାତ୍ର, ମାନବାଧିକାର କମିଶନଙ୍କ କୋରାପୁଟ ଜିଲ୍ଲା ସଭାପତି ଯାକବ ଗାଣ୍ଠା, ମୂଲ ନିବାସୀ କୋରାପୁଟ ଜିଲ୍ଲା ସଭାପତି ରମିଲ କୁଲଦୀପ, ସମାଜ ସେବୀ ସୋମନାଥ ଖରା,ସମାଜ ସେବୀ ରଜତ କୁମାର ବାଘ।
କୋରାପୁଟ ଜିଲ୍ଲାରୁ ରଜତ କୁମାର ବାଘଙ୍କ ରିପୋର୍ଟ
ନବଦୁତ ନ୍ୟୁଜ ଓଡ଼ିଶା