Hot Posts

6/recent/ticker-posts

ଡେମୋକ୍ରାଟିକ୍ ଆକ୍ସନ ଏନ ଜି ଓ ସଂସ୍ଥା ତରଫରୁ ଶ୍ରୀ ଅନ୍ନ ଅଭିଯାନ

ଡାବୁଗାଁ, ୧୫/୧୦ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରୀ ଗ୍ରାମ ପଞ୍ଚାୟତର ସରାଗୁଡ ଗ୍ରାମରେ ଡେମୋକ୍ରାଟିକ୍ ଆକ୍ସନ ଏନ ଜି ଓ ସଂସ୍ଥା ତରଫରୁ ଶ୍ରୀ ଅନ୍ନ ଅଭିଯାନ "ଖାଦ୍ୟ ମେଳା " ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଉକ୍ତ ସଂସ୍ଥା ର ଏ ବି ପି ସି ସସ୍ମିତା ବଳବନ୍ତରାୟ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଗୋଷ୍ଠୀ କୃଷି ଅଧିକାରୀଣୀ ସୁଦେସ୍ନା ଧଳ,ସମ୍ମାନୀତ ଅତିଥି ସମନ୍ଵୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ମିନତୀ ଦାଶ,ଅଙ୍ଗନବାଡି ସୁପରଭାଇଜର ସାଇରା ବାନୁ, କୃଷି ଅଧିଦର୍ଶକ ସୁଶାନ୍ତ ରାଉତ ଓ ମମତା ସାହୁ,ଡେମୋକ୍ରାଟିକ୍ ଆକ୍ସନ ଏନ ଜି ଓ ସଂସ୍ଥାର ଡାଇରେକ୍ଟର ସୁଶାନ୍ତ ଗରଡା ଓ ଡାବୁଗାଁ ବ୍ଳକ ସଂଯୋଜକ ନବୀନ ମହୁରିଆ ପ୍ରମୂଖ ମଞ୍ଚ ରେ ଉପବେଶନ କରିବା ପୂର୍ବରୁ ଧୂପ, ଦୀପ ପ୍ରଜ୍ଜ୍ଵଳନ କରି, ନାରିକେଳ ଫୁଟାଇ ରିବନଫିତା କାଟି ଉକ୍ତ ଖାଦ୍ୟ ମେଳାକୁ ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ମାଣ୍ଡିଆ ଚାଷ କରି ସରକାରଙ୍କ ଠାରୁ ଚାଷ ନିମନ୍ତେ ରୁଣ ନେଇ ଚାଷରେ ଲଗାଇ ଲାଭାନ୍ୱିତ ହେବା ସହ ଉକ୍ତ ଖାଦ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l
ସମ୍ମାନୀତ ଅତିଥି ଶ୍ରୀମତୀ ଦାଶ ମହୋଦୟା ଉକ୍ତ ଖାଦ୍ୟ ଉପରେ ସ୍ଵାସ୍ଥ୍ୟ ଉପରେ ବିଷଦ ଭାବେ ବକ୍ତବ୍ୟ ରଖିଥିଲେ l ସମସ୍ତ ଅତିଥି ମାଣ୍ଡିଆରେ ତିଆରି ଜିନିଷ ପ୍ରସ୍ତୁତ କରି ଖାଇଲେ ଦେହ ସୁସ୍ଥ ରହିବା ଉପରେ ଆଲୋଚନା କରିଥିଲେ l ଶ୍ରୀ ଅନ୍ନ ଅଭିଯାନ "ଖାଦ୍ୟ ମେଳା " ରେ ଉପସ୍ଥିତ ଦଶ ଗୋଟି ଏସ୍ ଏସ୍ ଜି, କୋଇଲାରୀ, ସରାଗୁତା, ଝାଲିଆଗୁଡା ଗ୍ରାମର ଚାଷୀ ଭାଇ, ଭଉଣୀ ମାନେ ଉପସ୍ଥିତ ଥାଇ ମାଣ୍ଡିଆରେ ପ୍ରସ୍ତୁତି କରାଯାଇ ଆସିଥିବା ପକୁଡ଼ି, ବରା, କାକରା, ସୁଆଁ କ୍ଷୀରି ସମସ୍ତଙ୍କୁ ଖାଇବା ପାଇଁ ଦିଆଯାଇଥିଲା l ବେଶ୍ ସୁସ୍ୱାଦୁ ଖାଦ୍ୟ ପ୍ରତି ପ୍ରତ୍ୟେକ ଖାଇ ଆତ୍ମ ତୃପ୍ତି ପାଇଥିଲେ l ସି ଆର ପି ଥବିର କଲାର,ଅନିଶ,ଆଲୋକ ପ୍ରମୂଖ ସହଯୋଗ କରିଥିଲେ l ଡେମୋକ୍ରାଟିକ୍ ଆକ୍ସନ ଏନ ଜି ଓ ସଂସ୍ଥାର ସମସ୍ତ କର୍ମକର୍ତ୍ତା ମାଣ୍ଡିଆ ଚାଷ ଉପରେ ସରକାରୀ ସୁବିଧା, ସ୍ଵାସ୍ଥ୍ୟ ପକ୍ଷେ ଉକ୍ତ ଖାଦ୍ୟର ଉପକାରିତା ସହ ସରାଗୁଡାରେ ସରକାର ଙ୍କ ଠାରୁ ମାଣ୍ଡିଆ ପେଷିବା ପାଇଁ ମେସିନ, ମାଣ୍ଡିଆ ଅମଳ ପରେ ମାଣ୍ଡିଆ କୁ ସଫା କରିବା ନିମନ୍ତେ ମେସିନ ପ୍ରଦାନ