Hot Posts

6/recent/ticker-posts

ବିଦ୍ୟୁତ ବିଭାଗର ନଜର ପଡ଼ିବ କେବେ

କର୍ଲାମୁଣ୍ଡା, (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବସ୍ତି ସ୍କୁଲ ନିକଟରେ ଥିବା ୧୧କେଭି ବିଦ୍ୟୁତ ଖୁଣ୍ଟକୁ ଅନାବନା ଗଛଲତା ମାଡି ଯିବା ସହ ଶୀର୍ଷ ତାର କୁ ଛୁଇଁ ଗଲାଣି I କିନ୍ତୁ, ବିଦ୍ୟୁତ ବିଭାଗ କୁ ଏହା ଦେଖା ଯାଉନାହିଁ I ଏହା ଯେ ଦିନେ ମରଣ ଯନ୍ତା ନ ପାଲଟିବ କିଏ କହିବ ? ଏଣୁ ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି I