ମୁକ ବଧିର ହେଲେ, କାମ ଅନେକ
କନ୍ଧମାଳ, ୨/୧୦ : (ବାଳକୃଷ୍ଣ କହଁର) : ବରଗଡ଼ ଜିଲ୍ଲା ଗ୍ରାମ ବେହେରାଡ଼ୁବୁରୀ ସେ ଜଣେ ବହୁ ପରିଶ୍ରମୀ ତାଙ୍କ ନାମ ବିଶ୍ୱନାଥ ଭୋଇ ତାଙ୍କ ବୟସ 22 ବର୍ଷ ହୋଇଥିବା ବେଳେ ସେ ଜଣେ କଲର ମିସ୍ତ୍ରୀ ଭାବରେ ଜଣା ଶୁଣା ସେ କାହାରି କୁ କଥା କହିପାରେନା କି ଶୁଣି ପାରେନା କିନ୍ତୁ ତାହାରି ହାତରେ ବିଭିନ୍ନ କଳା ଅଛି ଅନେକ ଘର ପ୍ୟାଣ୍ଟ ପୁଟି ମରିବା ସହ କାନ୍ଥରେ ଅନେକ ପ୍ରକାର ଚିତ୍ର ଅଙ୍କନ କରିଥାନ୍ତି। ସେ ସ୍ୱଳ୍ପ ପରିମାଣ ରେ ଘର କଲର ମରିବା ସହ ଚିତ୍ର ବିଚିତ୍ର ସହିତ ବିଭିନ୍ନ ପ୍ରକାର ର ମୂର୍ତ୍ତି ମଧ୍ୟ୍ୟ ତିଆରି କରି ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି। ସେ ଅନ୍ୟ ମାନଙ୍କ ଭଳି ବେକାର ନ ରହି ନିଜ ଉଦ୍ୟମ ରେ ବହୁତ କିଛି ଅନ୍ୟ ମାନଙ୍କୁ ଉଦାହରଣ ସ୍ୱରୂପ ଦେଖାଇପାରିଛନ୍ତି। ତାଙ୍କ ର ସାହସ କାର୍ଯ୍ୟ କୁ ଦେଖି ଲୋକମାନେ ତାଙ୍କୁ ଉତ୍ସହିତ କରିବା ସହ ପ୍ରିୟଭାଜନ ହୋଇପାରିଛନ୍ତି। ସରକାର ଯଦି ତାଙ୍କୁ କିଛି ସାହାଯ୍ୟ ର ହାତବଡାନ୍ତି ତାହାଲେ ସେ ଅଧିକ ରୁ ଅଧିକ କାମ କରିପାରନ୍ତେ ବୋଲି ସାଧାରଣ ରେ ଦାବି ହୋଇଛି।
କନ୍ଧମାଳରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।