Hot Posts

6/recent/ticker-posts

ଡାବୁଗାଁ ରେ ବରିଷ୍ଠ ନାଗରିକ ଦିବସ ପାଳନ



ଡାବୁଗାଁ, ୧୦/୧୦ ( ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଡାବୁଗାଁ ସାମାଜିକ ସୁରକ୍ଷା ବିଭାଗ ଓ ବ୍ଳକ ପ୍ରଶାସନ ଦ୍ଵାରା ବରିଷ୍ଠ ନାଗରିକ ଦିବସ-୨୦୨୫ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଭାବେ ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ଭାଜପା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ଭାଜପା ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ବିଡିଓ ଶରତ ମାଝୀ,ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ,ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ବରିଷ୍ଠ ବିଜେଡି ନେତା ଏମ୍. ଆପା ରାଓ,ପୂର୍ବତନ ସରପଞ୍ଚ ଜି. ପ୍ରକାଶ ରାଓ ପ୍ରମୁଖ ମଞ୍ଚାସୀନ ଥିଲେ | ଏଥିରେ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା | ସାମ୍ବାଦିକ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି ଓ ଦିବାନ ସିଂ ଙ୍କୁ ମଧ୍ୟ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା lଏଥିରେ ଉପସ୍ଥିତ ଅତିଥି ମାନେ ଆଜିର ଦିବସଟି ବିଷୟରେ ଆଲୋଚନା କରିବା ସହ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥିବା ସରକାର ଙ୍କ ଯୋଜନା ଉପରେ ଆଲୋକପାତ କରିଥିଲେ |
ପୂର୍ବରୁ ଅନୁଷ୍ଠିତ ରଚନା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ରେବତୀ ମିର୍ଗାନ (୧ମ), ବନିତା ବିଶୋଇ (୨ୟ) ଓ ପରମାନନ୍ଦ ଭତ୍ରା (୩ୟ) ସ୍ଥାନ ଅଧିକାର କରିଥିବାରୁ ମାନପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା | ଏହା ସହ ୫ ଟି ପରିବାର କୁ ରାଶନ କାର୍ଡ ପ୍ରଦାନ କରାଯାଇଥିଲା | ଏଥିରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଲ୍ୟାଣ ସଂଘର ସଭାପତି ନିତ୍ୟାନନ୍ଦ ମହାନ୍ତି, ସମ୍ପାଦକ ମୁରଲୀଧର ଡାକୁଆ, ନବ କିଶୋର ଜୟସିଂ, ସେନାପତି ବେହେରା, ପୀତାମ୍ବର ଜେନା, କାଶୀନାଥ ତ୍ରିପାଠୀ, ଲକ୍ଷ୍ମୀଧର ଶୁବୁଦ୍ଧି,ଲକ୍ଷ୍ମୀକାନ୍ତ ରଥ, ପୂର୍ଣ୍ଣଚନ୍ଦ୍ର ପୂଜାରୀ,ସିମାଞ୍ଚଳ ଦାସ, ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ମୋଟ ୭୦ ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ