Hot Posts

6/recent/ticker-posts

ରାସ୍ତାରେ ଜମି ରହିଛି ପାଣି, ଯାତାୟାତ ବାଧାପ୍ରାପ୍ତ

ବରୀ, ୨୨/୧୦ ( ରଂଜିତ ମହାନ୍ତି ) : ବରୀ ବ୍ଲକ୍ ଅଧୀନ ଧାରପୁର ପଞ୍ଚାୟତର ପୂର୍ବ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ୫ ଓ ୬ ନମ୍ବର ୱାର୍ଡର ଗ୍ରାମ୍ୟ ରାସ୍ତାରେ ପାଣି ଜମିରହିଛି। ଫଳରେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହି ରାସ୍ତା କଡ଼ ଦେଇ ଯାଇଥିବା ପାନୀୟ ଜଳ ଯୋଗାଣ ପାଇପ ଫାଟି ଯାଇଥିବାରୁ ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ନର୍ଦମା ପାଣି ଛିଡ଼ା ହୋଇଛି। ପାଣିର ଦୁର୍ଗନ୍ଧ ଯୋଗୁ ଲୋକେ ବହୁଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟ ଛାତ୍ରୀଛାତ୍ର ଓ ବୟସ୍କ ଲୋକଙ୍କ ଯାତାୟାତ ବହୁ କଷ୍ଟକର ହୋଇପଡ଼ିଛି। ଡ୍ରେନରେ ଅଳିଆ ଆବର୍ଜନା ପଶି ରହିବା ଦ୍ବାରା ପାଣି ନିଷ୍କାସନ ହୋଇ ପାରୁନାହିଁ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ କୁନା ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସେ ଏବଂ ସମିତିସଭ୍ୟ ଶ୍ରୀଧର ସେଠୀ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। କିପିରି ପାଣି ନିଷ୍କାସନ ହୋଇପାରିବ ସେ ବିଷୟରେ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ । 

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ