Hot Posts

6/recent/ticker-posts

ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ

କର୍ଲାମୁଣ୍ଡା, ୧୧/୧୦ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପାଣ୍ଡି ପୋଲିସ ର ମିଳିତ ଅପରେସନ ସଫଳ ହୋଇଛି I ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ ବଡ଼ଡୁଙ୍ଗୁରୀଗୁଡ଼ା ଗ୍ରାମ ଠାରେ ରାତ୍ରିରେ ଜୁଆ ଖେଳୁଥିବା ସମୟରେ ରିଷିଡ଼ା ପୋଲିସ ତିନି ଜଣକୁ କାବୁ କରିଥିବା ବେଳେ ଅନେକ ଚମ୍ପଟ ମାରିଥିଲେ I କାବୁ ହୋଇଥିବା ତିନି ଜଣ ହେଲେ ଗ୍ରାମର କୈଲାସ ବାଗ, ପରମାନନ୍ଦ ଗହୀର ଓ ଗୋବିନ୍ଦ ଗହରୀ ବୋଲି ଜଣା ପଡ଼ିଛି I ତାଙ୍କ ଠାରୁ ନଗଦ ୧୦୯୦ ଟଙ୍କା ପୋଲିସ ଜବତ କରିଛି I କେସ ନମ୍ବର ୨୫୫/୨୦୨୫ ରେ ମାମଲାରୁଜୁ ହୋଇଛି I ରିଷିଡ଼ା ପାଣ୍ଡି ଅଧିକାରୀ ମନୁଆ ବିଡିକାଙ୍କ ସ୍ୱତନ୍ତ୍ର ଟିମ ରାତ୍ରୀରେ ପେଟ୍ରୋଲିଂ କରୁଥିବା ସମୟରେ ଜୁଆ ଖେଳ ଉପରେ ଚଢାଇ କରିଥିଲା I ଏଥିରେ ପାଣ୍ଡି ଅଧିକାରୀଙ୍କ ସମତେ କନେଷ୍ଟେବଳ ସଞ୍ଜୀବ ସାହୁ, ସୁନୀଲ କୁମାର ବାଗ, ଅନନ୍ତ ଷଡ଼ଙ୍ଗୀ ଓ କୈଲାସ ପୁଟେଲ ପ୍ରମୁଖ ସାମିଲ ଥିଲେ I