ଖଜୁରୀପଡ଼ା ବ୍ଲକ କଲୋନୀ କ୍ଲଷ୍ଟରର ସୁଭରି ମହୋତ୍ସବ ।
କନ୍ଧମାଳ, ୧୫/୧୦ ( ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ସଦର ମହକୁମା ବ୍ଲକ କଲୋନୀ କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଜୁରୀପଡ଼ା ଠାରେ ମଙ୍ଗଳବାରଦିନ ସୁଭରି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ଆଞ୍ଚଳିକ ସାଧନା ସଂଯୋଜକ ଶ୍ରୀ ଅଜିତ ପ୍ରଧାନଙ୍କ ତତ୍ତ୍ୱ।ବଧାନରେ ଆୟୋଜିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମନୋରଞ୍ଜନୀ ଯାନୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ମଲିକ ଯୋଗ ଦେଇଥିଲେ । କ୍ଲଷ୍ଟରର ୧୦ ଗୋଟି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସମୁଦାୟ ୧୨ ଟି ବିଦ୍ୟାଳୟର ୧୧୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇ ଥିଲେ । କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ବକୃତା, କୁଇଜ୍, ନୃତ୍ୟ,ସଙ୍ଗୀତ ପରି ପ୍ରତିଯୋଗିତା କରାଯାଇଥିଲା । ଶେଷରେ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଗଲା । ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ମହାପାତ୍ର ,ଅଲେଖ ଦାଶ, ବିଷ୍ଣୁପ୍ରିୟା ପ୍ରଧାନ, ନେହେରୁ ପ୍ରଧାନ, ନମିତା ପ୍ରଧାନ, ପିଙ୍କି ରାଣୀ ସାହୁ, କଲ୍ୟାଣୀ ନାୟକ, ବିବେକାନନ୍ଦ ସାହାଣୀ,କୁମକୁମ ଆଚାର୍ଯ୍ୟ, ଅଜିତ କୁମାର ଯାନୀ,ସୁରେଶ ପ୍ରଧାନ, ଅଚ୍ୟୁତାନନ୍ଦ କହଁର, ଶ୍ରୀମତୀ ସାହୁ, କୁମୁଦିନୀ ସାହୁ, ପୀତବାସ ପ୍ରଧାନ, ସୁରେଶ ପ୍ରଧାନ, ବେଣୁଧର ମହାପାତ୍ର ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ । ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନେ ବ୍ଲକ ସ୍ତରୀୟ ସୁରଭି ମହୋତ୍ସବରେ ଅଂଶଗ୍ରହଣ କରିବେ । ଶେଷରେ ଗଡପଦର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଲେଖ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।