ନବରଙ୍ଗପୁର ଆଶାକର୍ମୀଙ୍କ ଧାରଣା ଜାରୀ — ପ୍ରଶାସନ ନିରବ ଦ୍ରଷ୍ଟା
ନବରଙ୍ଗପୁର, ୧୭/୧୦ (ପର୍ଶୁରାମ ନାୟକ) : କେବେ ଆଶା କର୍ମୀ ମାନଙ୍କ ଗୁହାରି ଶୁଣିବ ପ୍ରଶାସନ ଦେଖିବାର ବାକି ରହିଲା l ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ର ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି ଆଶା କର୍ମୀ ମାନେ ନବରଙ୍ଗପୁର ଜିଲ୍ଲା ତିନି ଦିନ ହେବ ଆଶା ମାନେ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ରତ, ସେପଟେ ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ଠପ ହୋଇ ଯାଇଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି l ଅନଶନ ଦ୍ୱତୀୟ ଦିନରେ ନନ୍ଦାହାଣ୍ଡି ବ୍ଲକ ର ଆଶା ମାନେ ଆସି ଧାରଣା ଦେଇଥିଲେ l ଆଠ ଦଫା ଦାବୀ ନେଇ ଏହି ଧାରଣା ଦିଆଯାଇଛି l ଏହିପରି ଦିନକୁ ଗୋଟିଏ ବ୍ଲକ ର ଆଶାକର୍ମୀ ମାନେ ଆସି ଧାରଣା ଦେଉଛନ୍ତି l ସକାଳ ୧୦ ଘଣ୍ଟା ଠାରୁ ୪ ଘଣ୍ଟା ପର୍ଯ୍ୟନ୍ତ ଆଜକୁ ଦୁଇ ଦିନ ହେବ ଏହି ଧାରଣା ଜାରୀ ରହିଛି l ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଡ଼ାକ୍ତର ସାଗରିକା ସ୍ବାଇଁଙ୍କ ଉପରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ l ସେହି ଡ଼ାକ୍ତର ଙ୍କୁ ନିଲମ୍ବନ କରି ତୁରନ୍ତ ଗିରଫ କରାଯାଉ ନବରଙ୍ଗପୁର ଜିଲ୍ଲା ର ଆଶାକର୍ମୀମାନଙ୍କୁ ଡାକ୍ତର ଖାନାରେ ଦୁର୍ବ୍ଯବହାର କରାଯାଉଛି, ତାହା ବନ୍ଦ କରାଯାଉ। ନବରଙ୍ଗପୁର ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶାକର୍ମୀଙ୍କ ପାଇଁ ବିଶ୍ରାମ ଗୃହତିଆରି କରାଯାଉ। ନବରଙ୍ଗପୁର ଜିଲ୍ଲା ର ସମସ୍ତ ଆଶାକର୍ମୀଙ୍କ ପ୍ରାପ୍ୟ ୧ ତାରିଖରୁ ୧୦ ତାରିଖ ମଧ୍ୟ ରେ ଦିଆଯାଉ। । ଏହିପରି ଧାରଣା ଜାରୀ ରହିବ ବୋଲି ସଂଘ ସୂଚନା ଦେଇଛି l ଏଥିରେ ଭାରତୀୟ ମଜଦୁର ସଂଘ ଉପଦେଷ୍ଟା ପରମେଶ୍ୱର ବିଷୋୟୀ,ସଭାପତି ବାଙ୍କ ବିହାରୀ ବିଷୋୟୀ ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ,ସମ୍ପାଦିକା ଗୀତାଞ୍ଜଳି ହରିଜନ, ତେନ୍ତୁଳୀଖୁଣ୍ଟି ବ୍ଲକ ସଭାନେତ୍ରୀ ବିଭାସିନୀ ହରିଜନ, ସମ୍ପାଦିକା ମାନସୀ ହରିଜନ ପରିଚାଳନା କରିଥିଲେ l ସମସ୍ତ ବ୍ଲକ ର ସଭାନେତ୍ରୀ ସମ୍ପାଦିକା ମାନେ ମଧ୍ୟ ଉପସ୍ଥିତ ଥିଲେ lଏଥିରେ ନବରଙ୍ଗପୁର ବ୍ଲକର ପ୍ରାୟ ୧୦୦ ଜଣ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ ।