Hot Posts

6/recent/ticker-posts

ଉମରକୋଟରେ ଆରମ୍ଭ ହେବ ୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ବ୍ୟାଡମିଣ୍ଟନ ଓ ସିପାକ୍ ଟାକ୍ରୋ ପ୍ରତିଯୋଗିତା

ଉମରକୋଟ, ୧୭/୧୦ ( ପର୍ଶୁରାମ ନାୟକ) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ୬୯ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ଓ ସିପାକ୍ ଟାକ୍ରୋ ପ୍ରତିଯୋଗିତା ଆସନ୍ତା ୧୬.୧୦.୨୦୨୫ ତାରିଖ ଠାରୁ ୧୯.୧୦.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏହି ଅବସରରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟଳୟ ପ୍ରକୋଷ୍ଠ ରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଡି ଇ ଓ,ଆର୍ ଟି ଓ , ଡି ଆଇ ପି ଆର୍ ଓ,ଏ ଡି ପି ଏଚ ଓ ,ନିର୍ବାହୀ ଯନ୍ତ୍ରୀ, ଆର୍ ଡବ୍ଲୁ ଏସ ଏସ ,ଏସ ଡି ଓ,ଟି ପି ଏସ ଓ ଡି ଏଲ,ବି ଡି ଓ ଉମରକୋଟ,ଡି ଏସ ଓ,ନବରଙ୍ଗପୁର,ସହକାରୀ ଯନ୍ତ୍ରୀ, ଉମରକୋଟ ପୌରପାଳିକା ପ୍ରମୁଖ ଯୋଗ ଦେଇଥିଲେ। ଡି ଇ ଓ ଛତ୍ରପତି ସାହୁ ସମସ୍ତଙ୍କୁ ସ୍ବାଗତ କରି ଏହି ରାଜ୍ୟ ସ୍ତରୀୟ (୧୭ ବର୍ଷ ମଧ୍ୟରେ ଏବଂ ୧୪ ବର୍ଷ ବୟସ ମଧ୍ୟରେ) ପ୍ରତିଯୋଗିତା ପାଇଁ ୬୪୭ ଜଣ ପ୍ରତିଯୋଗୀ ଯୋଗଦେବେ ବୋଲି ସୂଚନା ଦେଇଥିଲେ।ସମସ୍ତ ଜିଲ୍ଲା ରୁ ଆସୁଥିବା ପ୍ରତିଯୋଗୀ (ଉଭୟ ବାଳକ ଏବଂ ବାଳିକା )ମାନଂକ ରହିବା ପାଇଁ ସ୍ଵତନ୍ତ୍ର ଭାବେ ପୃଥକ୍ ୬ ଟି ଅନୁଷ୍ଠାନ ରେ ବ୍ୟବସ୍ଥା କରାଯାଇଛି।ସେଭଳି ଅଧିକାରୀ, କୋଚ, ମ୍ୟାନେଜର ମାନଂକ ପାଇଁ ବ୍ୟବସ୍ଥା କରାଯାଇଛି।ଆସନ୍ତା ୧୭.୧୦.୨୦୨୫ ରିଖ ଦିନ ସକାଳ ୯.୦୦ ଘ ସମୟରେ ଉଦ୍ଘାଟନୀ ଏବଂ ୧୯.୧୦.୨୦୨୫ ରିଖ ଦିନ ସକାଳ ୯.୦୦ ମି ସମୟରେ ଉମରକୋଟ ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାର ଙ୍କ ମାନ୍ୟବର ମନ୍ତ୍ରୀ,ନବରଙ୍ଗପୁର ଜିଲ୍ଲାର ସାଂସଦ ,ବିଧାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ,ପଂଚାୟତ ସମିତି ଅଧ୍ୟକ୍ଷ,ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ, ଅଧ୍ୟକ୍ଷ,ଜିଲ୍ଲା କ୍ରୀଡ଼ା ସଂଘ,ପୌରପାଳିକା ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧିକାରୀ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା,ପ୍ରାଥମିକ ଚିକିତ୍ସା,ପାନୀୟ ଜଳ, ବିଦ୍ୟୁତ ସରାବରାହ,ପରିବହନ