Hot Posts

6/recent/ticker-posts

ଆର୍ ଏସ୍ ଏସ୍ ଖଜୁରୀପଡ଼ା ଖଣ୍ଡ ମଣ୍ଡଳ ପକ୍ଷରୁ ଶତାବ୍ଦୀବର୍ଷ ବିଜୟା ଦଶମୀ ଉତ୍ସବ ପାଳିତ ।

କନ୍ଧମାଳ, ୫/୧୦ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡା ସଦରମହକୁମା ସ୍ଥିତ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଖଜୁରୀପଡା ମିନି ଷ୍ଟାଡିୟମ ଠାରେ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ ଖଜୁରୀପଡ଼ା ଖଣ୍ଡମଣ୍ଡଳର ଶତାବ୍ଦୀବର୍ଷ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ କିଶୋର ତ୍ରିପାଠୀ, ମୁଖ୍ୟବକ୍ତା ରୂପେ କନ୍ଧମାଳ ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସାହୁ, ସମ୍ମାନୀତ ଅତିଥି ରୂପେ ଜିଲ୍ଲା ସହ କାର୍ଯ୍ୟବାହ ଶ୍ରୀମାନ ନରେଶ ମହାନ୍ତି ଓ ଅନ୍ୟ ମାନଙ୍କ ମଧ୍ୟରେ ଖଜୁରୀପଡ଼ା ଖଣ୍ଡକାର୍ଯ୍ୟବାହ କେଦାରଗୌରୀ ସାହୁ, ମୁଖ୍ୟ ଶିକ୍ଷକ ଦେବବ୍ରତ ମଲିକ ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ସମାଜର ଏକତା ସାମାଜିକ ସଦଭାବନା ଓ ଦେଶ ଭକ୍ତି ଉପରେ ମତ ରଖି ୧୦୦ ବର୍ଷ ପୁରଣ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ସମାଜ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ । ଦୀର୍ଘ ୧୦୦ ବର୍ଷ ଧରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସଙ୍ଘର୍ଷମୟ ଯାତ୍ରା ବିଷୟରେ କହିଥିଲେ ।
ସେ କହିଥିଲେ ଯେ ଭାରତକୁ ପରମ ବୈଭବଶାଳୀ କରିବା ଦିଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟ କରୁଛି । ବ୍ୟକ୍ତିଗତ ସ୍ୱାର୍ଥରୁ ଉର୍ଦ୍ଧକୁ ଉଠି ନିଜକୁ ମା ଭାରତୀଙ୍କ ସନ୍ତାନ ଭାବରେ ଦେଶ,ଧର୍ମ,ସସ୍କୃତି ତଥା ପରମ୍ପରାର ସୁରକ୍ଷା କରିବା ପାଇଁ ସେ ସମସ୍ତ ସ୍ୱୟଂସେବକ ମାନଙ୍କୁ ନିବେଦନ କରିଥିଲେ । ଭାରତରେ ରହୁଥିବା ସମସ୍ତେ ଭାରତକୁ ନିଜର ମାତୃଭୁମି ବୋଲି ହୃଦୟଙ୍ଗମ ନିଜର ଶକ୍ତି ସାମର୍ଥ୍ୟ ଉପଯୋଗ କରି ଦେଶ ପାଇଁ କାମ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ପଞ୍ଚ ପରିବର୍ତ୍ତନର ଉପରୋକ୍ତ ବିଷୟ ଗୁଡିକୁ ଆଗାମୀ ଦିନରେ ସଂଘ ତଥା ସଂଘର ସ୍ୱୟଂସେବକ ମାନେ ନିଜ ଜୀବନରେ ଉପଯୋଗ କରିବା ସହିତ, ଏ ସବୁ ବିଷୟକୁ ସମ୍ପୁର୍ଣ୍ଣ ସମାଜ ପର୍ଯ୍ୟନ୍ତ ପହଞ୍ଛାଇବାକୁ ହେବ ବୋଲି ସେ କହିଥିଲେ । ଏଥିରେ ଖଜୁରୀପଡା ମନୋଜ କୁମାର ପଣ୍ଡା,ଅନନ୍ତ କୁମାର ଦିଗାଲ, ରାଈକିଶୋର ପ୍ରଧାନ, ରୋହିତ ପ୍ରଧାନ ଗୋପାଳ ଷଡ଼ଙ୍ଗୀ, ବିଚିତ୍ର ବୀର୍ଯ୍ୟ ପ୍ରଧାନ,ପାର୍ଥ ସାରଥି ପ୍ରଧାନ,ଅରୁଣ କହଁର,ମଦନ କହଁର, ଦେବରାଜ କହଁର,ବଳରାମ ଦେହୁରୀ, କୃଷ୍ଣଚନ୍ଦ୍ର କହଁର ସମେତ ପ୍ରାୟ ୯୦ ରୁ ଉର୍ଦ୍ଧ ସଂଘ ସଦସ୍ୟ ଯୋଗଦେଇ ଥିଲେ ।