ରେଳ ଓଭର ବ୍ରିଜ ନିର୍ମାଣ କାମରେ ନିୟୋଜିତ ହୋଇ ଥିବା ଶ୍ରମିକଙ୍କ ଆତ୍ମହତ୍ୟା
କେସିଙ୍ଗା, ୨୩/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆତ୍ମହତ୍ୟା କରିଥିବା ଶ୍ରମିକ ଜଣଙ୍କ ଭଦ୍ରକ ଜିଲ୍ଲା ସାହାପୁର ଗ୍ରାମର ସୁରେନ୍ଦ୍ର ନାଏକ ଙ୍କ ପୁଅ ମ ତାପସ ନାଏକ ବୟସ ୨୫ ବର୍ଷ ବୋଲି ଜଣାପଡିଛି । ତାପସ ଗତ କାଲି ସନ୍ଧ୍ୟା ସମୟରେ ଏକ ଘର ଭିତରେ ଗ୍ୟାସ ସିଲିଣ୍ଡର ଉପରେ ଠିଆ ହୋଇ ନିଜ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ନେଇ ସହକର୍ମୀ ମାନଙ୍କ ଠୁ ଶୁଣିବାକୁ ମିଳିଥିବା ବେଳେ ତାପସ ଙ୍କ ଝୁଲନ୍ତା ଶରୀର କୁ ସହ କର୍ମୀ ମାନେ ତଳକୁ ଓହ୍ଲାଇ ଥିବା ଜଣାପଡିଛି । ଘଟଣା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ର କେସିଙ୍ଗାରେ ରାଜ୍ ଲକ୍ଷ୍ମୀ କଷ୍ଟ୍ରକ୍ସନ୍ ଦ୍ଵାରା ନିର୍ମାଣାଧୀନ ରହିଥିବା ରେଳ ଓଭର ବ୍ରିଜ କାମରେ ତାପସ ଜଣେ ଶ୍ରମିକ ଭାବରେ କାମ କରୁଥିଲେ। ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଶୁଣିବାକୁ ମିଳୁଥିବା ବେଳେ ସ୍ଥାନୀୟ ପୋଲିସ କୁ ନ ଜଣାଇ ସହ କର୍ମୀ ତାପସ ଙ୍କ ଝୁଲନ୍ତା ଶରୀର କୁ ଓହ୍ଲାଇବା ଓ କିଛି ସମୟ ପରେ ପୋଲିସ କୁ ଜଣାଇବା ସହ ତାପସ ଙ୍କ ଶରୀରକୁ କିଛି ସମୟ ତଳେ ଶୁଆଇ ରଖିବା ପରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ଜଣାପଡିଛି । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେସିଙ୍ଗା ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇ ଥିବା ବେଳେ ,ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ ନ ଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଓ ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ ଏହା ହତ୍ୟା ନା ଆତ୍ମହତ୍ୟା ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ରିପୋର୍ଟ୍