Hot Posts

6/recent/ticker-posts

ବିଡିଓଙ୍କ ପୁନଃ ନିଯୁକ୍ତିକୁ ବିରୋଧ: ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା, ୧୪/୧୦ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିବାଦୀୟ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣ ଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଁଚିଥିଲା l ତେବେ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି । ମଙ୍ଗଳବାର ଅପରାହ୍ନ ସମୟରେ ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀ ପ୍ରମୁଖ ଧାରଣାରତ ଜନ ପ୍ରତିନିଧିଙ୍କୁ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଡାକି ଦୀର୍ଘ ଦେଢ଼ ଘଣ୍ଟା ସମୟ ଆଲୋଚନା କରିବା ପରେ ଆନ୍ଦୋଳନକାରୀ ମାନେ ଧାରଣା ପ୍ରତ୍ୟାହାର କରିଥିଲେ। ଜିଲ୍ଲାପାଳ ମଧ୍ୟ ଫୋନ ଯୋଗେ ବ୍ଲକ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି l ତେବେ ପୋଲିସ ପ୍ରଶାସନ ଓ ବ୍ଲକ ପ୍ରଶାସନର ଉପସ୍ଥିତିରେ ଆନ୍ଦୋଳନକାରୀ ମାନେ ପକେଇଥିବା ଦୁଇ ଗେଟର ତାଲା ଖୋଲାଯାଇଥିଲା । ଆଲୋଚନା ସମୟରେ ବିଡିଓ ଦେବେନ୍ଦ୍ର ସାମଲ, ତହସିଲଦାର ଅରୁଣ ବର୍ଗେ, ମ ରାମପୁର ଥାନା ଅଧିକାରୀ ବିରବର ଭଗତ ଉପସ୍ଥିତ ଥିଲେ I ସୂଚନାଯୋଗ୍ୟ ଯେ ଧାରଣାରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଆଦିବାସୀ ନେତା ବବୃ ବାହାନ ଭୋଇ ଓ ଇନ୍ଦ୍ରମଣି କହଁର, ରିଞ୍ଜ ସମିତି ସଭ୍ୟ ଆନନ୍ଦ ନାଗ, ପୌରକେଲା ସମିତି ସଭ୍ୟ ସୁଧିର ଭୋଇ, ରାଜପୁର ସମିତି ସଭ୍ୟ ନିରୂପମା ଭୋଇ, ସାପଲହରା ସମିତି ସଭ୍ୟ ଵିଶାନ୍ତି ଭୋଇ, ତେରେସିଙ୍ଗା ସମିତି ସଭ୍ୟ ଚନ୍ଦ୍ରମା ରଣା, ରେଗଡା ସମିତି ସଭ୍ୟ ଗେଲ କମ୍ପ, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ତଥା ମିଶନ ଶକ୍ତି ବ୍ଲକ ଫେଡରେସନ ସଭାନେତ୍ରୀ ଜୟନ୍ତୀ ସାହୁଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ। ତେବେ ପୂର୍ବତନ ବିଡିଓ ସୁଚରିତା ମୁଗ୍ରୀ ଗତ ୨/୧୦/୨୦୨୨ ରୁ ୩୧/୧/୨୦୨୪ ମଧ୍ୟରେ କର୍ଲାମୁଣ୍ଡା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରିଥିବା ସମୟରେ ସାଧାରଣ ଲୋକଙ୍କୁ ହଇରାଣ କରିବା ସହ ଜନ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଏକଛତ୍ରବାଦ ଚଳାଉଥିଲେ ବୋଲି ଅଭିଯୋଗ କରି ତାଙ୍କ ପୁନଃ ନିଯୁକ୍ତିକୁ ବାତିଲ୍ କରିବା ଦାବିରେ ଗତକାଲିଠାରୁ ଆଦିବାସୀ ସଙ୍ଘ, ଜନ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ବ୍ଲକ ଅଫିସ ଗେଟରେ ତାଲା ପକାଇବା ସହ ଧାରଣାରେ ବସିଥିଲେ l


 କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ