ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ରେ ବିଶ୍ୱ ମାନସିକ ସଚେତନତା ଦିବସ
ପାଇକମାଳ, ୧୧/୧୦ ( କୃଷ୍ଣ ଚନ୍ଦ୍ର ସାହୁ ) : ବରଗଡ ଜିଲ୍ଲା ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ବିଶ୍ୱ ମାନଶିକ ସଚେତନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଏ ଡି ଜେ ତଥା ତାଳୁକ ଆଇନ ସେବା କମିଟି ଚେୟାରମେନ ସୂର୍ଯ୍ୟ ନାରାୟଣ ଦ୍ବିବେଦୀ, ସମ୍ମାନିତ ଅତିଥି ଭାବରେ ପଦ୍ମପୁର SDJM ଏସ ଡି ଜେ ଏମ ଧ୍ରୁବ ସୋଲାଙ୍କି, ମହାବିଦ୍ୟାଳୟ ର ପ୍ରିନସିପାଲ ଦାଇତ୍ୱ ରେ ଥିବା ପ୍ରଫେସର ନାଇଡୁ ଜଗନ୍ନାଥ, ପରିଚାଳନା କମିଟି ସମ୍ପାଦକ ମନୋଜ ତ୍ରିବେଦୀ ଯୋଗଦେଇ ନିଜ ନିଜର ବହୁମୂଲ୍ୟ ଶିକ୍ଷଣୀୟ ଅଭିଭାଷଣ ପ୍ରଦାନ କରିଥିଲେ।ବର୍ତମାନ ଏହି ବିଜ୍ଞାନ ଯୁଗରେ ସମସ୍ତ ଛାତ୍ର ଛାତ୍ରୀ ଯୁବକ ଯୁବତୀ, ସମସ୍ତ ଚାକିରୀ କରୁଥିବା ପୁରୁଷ ମହିଳା ମାନେ ଦିନରାତି ବ୍ୟସ୍ତତା ମଧ୍ୟ୍ୟରେ ନ ରହି ଶରୀରକୁ ଅତିଶୟ ଚାପଗ୍ରସ୍ତ ନକରି ଟ୍ରେସ ରୁ ବାହାରି ଶରୀର ଓ ମନକୁ ମଝିରେ ମଝିରେ ବ୍ରେକ ଦେଇ କାମ କଲେ ସୁସ୍ଥ ଜୀବନ ଜିଇ ପାରିବ। ବୋଲି ଅତିଥି ମାନେ ଦିଗଦର୍ଶନ ଦେଇ ଥିଲେ। ଶେଷରେ ଡାକ୍ତର ନିହାର ରଞ୍ଜନ ମହନ୍ତ ଧନ୍ୟବାଦ ଦେଇ ଥିଲେ।
ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ