ପ୍ରାୟ 5କୋଟି ଟଙ୍କା ପୁର୍ବତନ ଜିଲ୍ଲାପାଳ ଓ ବର୍ତ୍ତମାନ ଆଦିବାସୀ ଉନ୍ନୟନ ହଡ଼ପ କଲେ।
ରାୟଗଡ଼, ୧୩ / ୧୦ ( ଭି. ଗୌରି ଶଙ୍କର ରାଓ ) : ବିଜୁ ଜନତା ଦଳ ପକ୍ଷରୁ ରାୟଗଡ଼ା ସହରର ହୋଟେଲ୍ କୈଳାଶ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକରା ଦେଇଥିଲେ । ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ପୁର୍ବତନ ଜିଲ୍ଲାପାଳ ଓ ବର୍ତ୍ତମାନର ଆଦିବାସୀ ଉନ୍ନୟନ ଅଧିକାରୀ ପି ଏ itda କୋଟି କୋଟି ଟଙ୍କା ଆଦିବାସୀ ମାନଙ୍କ ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟବହାର ନକରି ହଡ଼ପ କଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଓଡ଼ିଶା ରାଜ୍ୟ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଚୈରମ୍ୟାନ ପ୍ରଦୀପ ମାଝି ଓ ସମ୍ମାନୀତ ଅତିଥି ଭାବେ ପୁର୍ବତନ ରାୟଗଡା ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଚୈରମ୍ୟାନ ଅନୁଷୟା ମାଝୀ ଓ ପୁର୍ବତନ ଅନୁସୂଚିତ ଜାତି ଓ ଜନଜାତୀ ଜେବିନେଟ ମନ୍ତ୍ରୀ ଜଗନ୍ନାଥ ସାରାକା ଓ ବର୍ତ୍ତମାନ ରାୟଗଡ଼ା ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ମଞ୍ଚ ରେ ମଞ୍ଚସ୍ଥ ହୋଇଥିବା ଦେଖିବାକୁ ମିଳିଛି। ପ୍ରଦୀପ ମାଝି କହିବା ଅନୁଯାୟୀ ପୂର୍ବତନ ଜିଲ୍ଲାପାଳ ଓ ବର୍ତ୍ତମାନ ପି ଏ itda ଅଧିକାରୀ ଆଦିବାସୀ ମାନଙ୍କ ଖେଳ ସାମଗ୍ରୀ ଓ କଳା ସଂସ୍କୃତି ବିକାଶ ଓ ପୁନଃ ଉଦ୍ଧାର କରିବା ନିମନ୍ତେ ଗୀତ ବଜାଇବା (musical instruments) ସାମଗ୍ରୀ ଟଙ୍କା ଶସ୍ତା ଦରରେ କ୍ରୟ କରି ଅଧିକା ଦର ରେ ବିଲ ଦେଖାଇ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ଆଣିଛନ୍ତି। ଖେଳ ସାମଗ୍ରୀ ଓ musical instruments ଗୁଡିକ ଆଦିବାସୀ କ୍ଲବ ଓ ସାଂସ୍କୃତିକ ଅନୁଷ୍ଠାନ କୁ ବଣ୍ଟନ ମଧ୍ୟ କରାଯାଇ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି। ଏହି ଘୋଟଲା ରେ ପୂର୍ବତନ ଜିଲ୍ଲାପାଳ ପାରୁଲ ପଟୱାରି ଓ ବର୍ତ୍ତମାନ ପି ଏ itda ଚନ୍ଦ୍ରକାନ୍ତ ମାଝୀ ଏହି ସଂଶ୍ଳିଷ୍ଟ ରହିଥିଲେ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ।