Hot Posts

6/recent/ticker-posts

ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଉମରକୋଟ ୦୯/୦୯ (ପର୍ଶୁରାମ ନାୟକ) : ନବରଙ୍ଗପୁର ଜିଲ୍ଲା ଉମରକୋଟର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ସ୍ବଚ୍ଛ ଭାରତ ଅଭିଯାନ ଏବଂ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଏହି ଅବସରରେ ଚିକିତ୍ସାଳୟରେ ପରିସର ମଧ୍ୟରେ ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମସ୍ତ କର୍ମଚାରୀ ମିଳିମିଶି ହସ୍ପିଟାଲ ପରିସରରେ ସଂପୂର୍ଣ୍ଣ ସଫାକରି ଆର୍ବଜନା ମୁକ୍ତ କରିବା ସହ ପରିବେଶକୁ ସବୁବେଳେ ସଫାସୁତୁରା ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଲେ। ଏହା ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହସ୍ପିଟାଲ ପରିସରରେ ମନ୍ତ୍ରୀ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସନ୍ତୋଷ କୁମାର ପଣ୍ଡା, ମେଡିକାଲ ଅଧିକାରୀ ଡା ଶରତ ସେଠୀ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।