ଝରିଗାଁ ଓ ଉମରକୋଟ ନିର୍ବାଚନ ମଣ୍ଡଳୀର 6ଟି ପୃଥକ ପୃଥକ ସ୍ଥାନରେ ଆଶ୍ରମ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପାଇଁ ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ |
ଝରୀଗାଁ /ଉମରକୋଟ, ୧୦ / ୦୯ ( ପର୍ଶୁରାମ ନାୟକ) : ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଝରୀଗାଁ ବିଧାୟକ ନର୍ସିଙ୍ଗ ଭତରI ଗତକାଲି ୦୯ ତାରିଖ ରେ ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀର 6ଗୋଟି ବିଭିନ୍ନ ସ୍ଥାନକୁ ଗସ୍ତ କରି ପାଞ୍ଚଗୋଟି ଆଶ୍ରମ ବିଦ୍ୟାଳୟ ଓ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ପାଇଁ ଶିଳାନ୍ୟାସ କରିଥିବା ସୂଚନା ମିଳିଛି |ପ୍ରକାଶ ଥାଉକି ମୁର୍ତ୍ତୁମା ଠାରେ 50ଶଯ୍ୟା ବିଶିଷ୍ଟ ଆଶ୍ରମ ବିଦ୍ୟାଳୟ, କେଶରୀବେଡା ଠାରେ 50ଶଯ୍ୟା ବିଶିଷ୍ଟ ଆଶ୍ରମ ବିଦ୍ୟାଳୟ, କୋପେନା ଠାରେ 50ଶଯ୍ୟା ବିଶିଷ୍ଟ ଆଶ୍ରମ ବିଦ୍ୟାଳୟ, ସିଙ୍ଗସାରି ପଂଚାୟତର ଜଟିଆପାରା ଠାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଶିଳାନ୍ୟାସ କରିଥିବା ବେଳେ ସିଙ୍ଗସାରି ବିଦ୍ୟାଳୟରେ ଆଇସିଟି ଲେବ ର ଶୁଭ ଉଦ୍ଘାଟନ କରିଛନ୍ତି |ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ଏହି ଗସ୍ତ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଝରିଗାଁ ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ଉମରକୋଟ ବ୍ଲକ ଚେୟାରମ୍ୟାନ ସୁଶୀଳା ମାଝୀ,ଉମରକୋଟ ପଂଚାୟତ ସମିତି ଉପାଧ୍ୟ୍ୟକ୍ଷ ଶ୍ୟାମଳ ସରକାର,ଉମରକୋଟ ଜିଲ୍ଲା ପରିଷଦ ଡାଳିମ୍ବ ଭତରା,ସାଂସଦ ପ୍ରତିନିଧି ଅଶୋକ ପାଢ଼ୀ, ରାଜ୍ୟ ସମ୍ପାଦକ ରମେଶ ସାହୁ, ଉମରକୋଟ ବ୍ଲକ ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ, ସିଙ୍ଗସାରି ସରପଞ୍ଚ ଟୋବା ମାଝୀ,ସିଙ୍ଗସାରି ସମିତି ସଭ୍ୟା ଚିନ୍ତାମଣି ଭତରା ପ୍ରମୁଖ ଉପସ୍ଥିତ ରହିଥିଲେ |