Hot Posts

6/recent/ticker-posts

ଅରବିନ୍ଦ ନଗର ବିଦ୍ୟା ମନ୍ଦିର ଏବଂ କେଶବ ସେବା ଟ୍ରଷ୍ଟ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଜୟପୁର, ୧୪ / ୦୯ ( ଏ. ଭେଙ୍କଟ ରାଓ ) : ଅରବିନ୍ଦ ନଗର ବିଦ୍ୟା ମନ୍ଦିର ଏବଂ କେଶବ ସେବା ଟ୍ରଷ୍ଟ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରଟିକୁ ଆୟୋଜନ କରିଥିଲେ ବିଦ୍ୟା ମନ୍ଦିରର ପୂର୍ବ ଛାତ୍ର ସଂଗଠନ ଏବଂ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ରକ୍ତଭଣ୍ଡାର କର୍ମଚାରି ରକ୍ତ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପିଶ୍ଚିମ ପ୍ରାନ୍ତ ବ୍ୟବସ୍ଥା ପ୍ରମୁଖ ସୁଶିଲ ଜୈନ ନଗର ସଂଘ ଚାଳକ ଡ. ନିରଞ୍ଜନ ମିଶ୍ର ବିଦ୍ୟାଳୟର ସଭାପତି ପ୍ରେମାନନ୍ଦ ନାୟକ ଏବଂ ଦାମନଯୋଡ଼ି ରୁ ରକ୍ତଦାନ ପ୍ରବର୍ତ୍ତକ ଡ.ନରେଶ ଚନ୍ଦ୍ର ସାହୁ, ଡ.ରମଣୀ ରଞ୍ଜନ ଦାସ ମଞ୍ଚାସିନ ଥିଲେ। ଏହି ଅବସରରେ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଡ.ରମଣୀଙ୍କୁ ସମ୍ବର୍ଧିତ କରାଯାଇଥିଲା ପୂର୍ବତନ ଛାତ୍ର ସଂଗଠନର ପବିତ୍ର ମୋହନ ଦାସ,ଦେବାଶିଷ ରଥ, ଶ୍ରୀକାନ୍ତ ମହାରଣା, ପ୍ରଭାକୋର ରଥ, ପ୍ରଦୀପ ତ୍ରିପାଠୀ ରକ୍ତଦାତା ପ୍ରବର୍ତକ,ମିହିର ମିଶ୍ର, ସତ୍ୟବାଦୀ ମିଶ୍ର ପ୍ରମୁଖ ଉପସ୍ଥିତ ରୋହି ରକ୍ତଦାନ କରିବା ସହ ସହଯୋଗ କରିଥିଲେ। ଖବର ଲେଖାହେବା ସୁଦ୍ଧା ଏହି ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।