Hot Posts

6/recent/ticker-posts

ଏକ ଅଚିହ୍ନ ଶବର ସତ୍କାର କଲେ ବରଗଡ଼ ସଂକଳ୍ପ ପରିବାର

ବରଗଡ଼, ୧୪ / ୦୯ ( ଭାଗିରଥି ଭୋଇ ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବରମଚାରି ନିକଟସ୍ଥ ଜାତୀୟ ରାଜପଥ-୫୩ ଠାରେ ଠାବ ହୋଇଥିବା ଏକ ଅଚିହ୍ନା ଶବ ସତ୍କାର କରିଛି ସଂକଳ୍ପ ପରିବାର । ମୃତ ଶବକୁ ଚାରିଦିନ ପର୍ଯ୍ୟନ୍ତ ରଖାଯାଇଥିଲେ ସୁଦ୍ଧା ତାର କୌଣସି ପରିଚୟ ବା ଦାବିଦାର ଆସିନଥିବାରୁ ଟାଉନ ଥାନା,ବରଗଡ଼ ପକ୍ଷରୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଶବ କୁ ସତ୍କାର କରିବା ପାଇଁ ଅନୁରୋଧ କରାଯାଇଥିଲା । ଖବର ପାଇବା ପରେ ସଂକଳ୍ପ ପରିବାର ର ସଦସ୍ୟ ରଞ୍ଜିତ ସାହୁ, ଶେସଦେବ ପଧାନ, ଅନନ୍ତ ଚରଣ ସାହୁ ଏବଂ ଦେବେନ୍ଦ୍ର ଭୁଏ ମାନେ ବରଗଡ଼ ଟାଉନ ଥାନା ର ଅଧିକାରୀ ଙ୍କ ଉପସ୍ଥିତିରେ ପିପଳମୁଣ୍ଡା ସ୍ୱର୍ଗ ଦ୍ୱାରରେ ସସମ୍ମାନ ସହିତ ଶବ ସତ୍କାର କରିଥିଲେ ।

ବରଗଡ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ